ମହାପ୍ରଭୁଙ୍କ ବାହୁବଳୀ ସେବାୟତ, ଭାଇରଲ ହେଉଛି ଫୋଟ।

ଏବେ କିଛି ଏହିଭଳି ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହଉଛି ଯାହାକି ଆପଣ ଆଗରୁ କେବେ ଦେଖିନଥିବେ। ବିଶ୍ୱରେ ଅନକେ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି। ସେ କୌଣସି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା କୌଣସି ଶିଳ୍ପପତି ନିଜର ସୁରକ୍ଷାଲାଗି ସେମାନେ ପାଖରେ ନିଜର ଅଙ୍ଗରଖୀ(ବଡ଼ି ଗାର୍ଡ) ରଖିଥାନ୍ତି। ସେଇଭଳି ପ୍ରଭାବଶାଳୀଙ୍କ ଭିତରେ ଯିଏ ସବୁଠାରୁ ପ୍ରଭାବଶାଳୀ ସମଗ୍ର ବିଶ୍ୱର ଯିଏ ସ୍ରଷ୍ଟା ତାଙ୍କର ମଧ୍ୟ ରହିଛନ୍ତି ଅଙ୍ଗରଖୀ। ଆମେ ଏଠି ଜଗତର ନାଥ ଜଗନ୍ନାଥଙ୍କ ଅଙ୍ଗରଖୀ(ବାଡ଼ଗ୍ରାହୀ) ଦଇତାପତି ସେବକଙ୍କ ବିଷୟରେ କହିବାକୁ ଯାଉଛୁ।

ଅନେକ ବାର ସେବାୟତଙ୍କୁ ନେଇ ବିଭିନ୍ନ ବିବାଦ ଦେଖାଯାଏ କିନ୍ତୁ ଏବେ ଜଣେ ସେବାୟତଙ୍କୁ ସୋସିଆଲ ମିଡ଼ିଆରେ ପ୍ରଶଂସା କରାଯାଉଛି। କାମ ପାଇଁ ନୁହଁ ବରଂ ନିଜର ସୁନ୍ଦର ଚେହେରା ଲାଗି ପ୍ରଶଂସିତ ହେଉଛନ୍ତି ଯୁବ ଦଇତାପତି ଅନିଲ ଗୋଛିକାର। ନିକଟରେ ସମାପ୍ତ ହେଇଥିବା ରଥଯାତ୍ରାର ଏକ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହଉଛି। ଫୋଟରେ ଅନିଲ ଜଣେ ବହୁବଳୀ ଭଳି ଦେଖା ଯାଉଛନ୍ତି। ମୋଟା ମୋଟା ସୁନା ଅଳଙ୍କାରରେ ସର୍ବଦା ନଜର ଆସନ୍ତି ସେବାୟତମାନେ। କିନ୍ତୁ ଅନିଲଙ୍କ ଏହି ଭିନ୍ନ ଲୁକ ଲାଗି ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ। ମହାପ୍ରଭୁଙ୍କ ସେବା ଲାଗି ନିଜକୁ ନିୟୋଜିତ କରିଥିବା ଅନିଲ ୨ରୁ୩ ଘଣ୍ଟା ଜିମରେ ସମୟ ଦିଅନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *