ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୮ ଅଗଷ୍ଟରେ ମିଳିବ ଭାରତ ର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ ଉପାଧି Iଏନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ,ଆସନ୍ତା ଅଗଷ୍ଟ ୮ ରେ ପ୍ରଣବ ଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ । ପ୍ରଣବ ଙ୍କୁ ଭାରତ ରତ୍ନ ଘୋଷଣା ହେବାପରେ କଂଗ୍ରେସ ନେତାମାନେ ଖୁସି ଜାହିର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ପ୍ରତିକ୍ରିୟା ରଖି କହିଛନ୍ତି କି ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ ନିସ୍ୱାର୍ଥ କାର୍ଯ୍ଯରେ ସାରା ବିଶ୍ୱରେ ଚର୍ଚିତ ଏବଂ ଦେଶ ବିକାଶ ରେ ତାଙ୍କ କାର୍ଯ୍ୟ ସବୁଦିନ ମନେରହିବ ,ତେଣୁ ତାଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ଘୋଷଣା ଅତ୍ୟନ୍ତ ସ୍ୱାଗତଯୋଗ୍ୟ I

ସୂଚନା ଥାଉ କି ଜୁଲାଇ ୨୦୧୨ରୁ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଣବ I ଏହାପୂର୍ବରୁ ମଧ୍ୟ ସେ କଂଗ୍ରେସ ସରକାର ରେ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ଭଳି ପ୍ରମୁଖ ମନ୍ତ୍ରାଳୟର ଦାୟିତ୍ୱ ଅତି ସୁନ୍ଦର ଭାବରେ ନିର୍ବାହ କରିଛନ୍ତି I

Leave a Reply

Your email address will not be published. Required fields are marked *