‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୧୯’ ପାଇଁ ଓଡ଼ିଶାର ଶ୍ରେଷ୍ଠ ୭ ସାମ୍ବାଦିକ ମନୋନୀତ

ଲୁଚିଯାଉଥିବା ସ୍ୱର କୁ ସମସ୍ତଙ୍କ ପାଖରେ ପହଁଚାଇ ନ୍ୟାୟ ଦେବାରେ ସମାଜର ଚତୁର୍ଥ ସ୍ତମ୍ଭ ର ଜାଗ୍ରତପ୍ରହରୀ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I ସାଧାରଣତଃ ସାମ୍ବାଦିକ ମାନେ ଅବହେଳିତ ଥିବାବେଳେ ପଲ୍ଲୀବାଣୀ ମିଶନ’ ତରଫରୁ ନିଆଯାଇଛି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ I ଶ୍ରେଷ୍ଠ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ଦିଆଯିବ I ଏହି କ୍ରମରେ ଓଡ଼ିଶାର ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୭ ସାମ୍ୱାଦିକ ଙ୍କୁ ଚୟନ କରାଯାଇଛି I ସେମାନଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ’ ସମ୍ମାନ ରେ ସମ୍ମାନିତ କରାଯିବ I

ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲ୍‌ରେ ଏହି କାର୍ଯ୍ୟକ୍ରମ ଆସନ୍ତା ଏକ ୧୦ ତାରିଖ ରେ ଅନୁଷ୍ଠିତ ହେବ I ଓଡ଼ିଶାର ଶ୍ରେଷ୍ଠ ସାତଜଣ ସାମ୍ବାଦିକ ଭାବରେ ନ୍ୟୁଜ୍‌ ସେଭେନ୍‌ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ,ପ୍ରମେୟର ବାର୍ତ୍ତା ସମ୍ପାଦକ ଧିରେନ୍ଦ୍ର ନାରାୟଣ ମିଶ୍ର,ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ସମ୍ୱାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ‘ଧରିତ୍ରୀ’ର ସସ୍ମିତା ରାଉତରାୟ, ସନ୍ଦିପ ସାହୁ, ଏବଂ ସୌଭାଗ୍ୟ ସୁନ୍ଦରରାୟ ମନୋନୀତ ହେଇଛନ୍ତି I

Leave a Reply

Your email address will not be published. Required fields are marked *