ଚେନ ଲୁଟେରା କୁ ମାଡ ମାରି ସାହସିକତା ଦେଖାଇଥିବା ମାଲଗୋଦାମ ର ଲେଡି କନଷ୍ଟେବଳ ସସ୍‌ପେଣ୍ଡ

ଗତକାଲି କଟକ ମାଲଗୋଦାମ ର ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା କୌଣସି ଏକ କାମ କୁ ଯାଉଥିବା ସମୟରେ ଜଣେ ଦୁବୁର୍ତ୍ତ ତାଙ୍କ ବେକରୁ ଚେନ ଛଡାଇ ନେବାକୁ ଚେଷ୍ଟା କରିଥିଲେ ,ତେବେ ସାହସୀ ମହିଳା ଜଣଙ୍କ ସେହି ଦୁବୁର୍ତ୍ତ କୁ ଭିଡି ଆଣି କାବୁ କରିଥିଲେ I ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସେହି ଦୁବୁର୍ତ୍ତ କୁ ନିସ୍ତୁକ ମାଡ ମାରିଥିଲେ ଏବଂ ପୋଲିସ ଗିରଫ କରିଥିଲା I ଏନେଇ କିଛି ଗଣମାଧ୍ୟମ ରିପୋର୍ଟର ଗୀତାଞ୍ଜଳି ଙ୍କ ପ୍ରତିକ୍ରିୟା ନେଇଥିଲେ I

ତେବେ ବିନା କୌଣସି ପୋଲିସ ଅଫିସର ଙ୍କ ଅନୁମତି ନନେଇ ମହିଳା କନଷ୍ଟେବଳ ଗଣମାଧ୍ୟମ ଙ୍କୁ ବାଇଟ୍ ଦେଇଥିବାରୁ ତାଙ୍କୁ ସସ୍‌ପେଣ୍ଡ୍ କରାଯାଇଛି ବୋଲି ସୂଚନା ମିଳିଛି I ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଇଛି ,ଜଣେ ସାହସୀ ମହିଳା କନେଷ୍ଟେବଳ ଙ୍କୁ କାହିଁକି କାର୍ଯ୍ୟନୁଷ୍ଠାନ ନିଆଗଲା ବୋଲି ସାଧାରଣ ରେ ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *