ପୁଣି ବିବାଦକୁ ଆସିଲେ ଆଇଟମ୍ ଗାର୍ଲ ରାନୀ ,ଯାତ୍ରା ରେ ବ୍ଲାଉଜ ଖୋଲି ଫୋପାଡ଼ିଥିଲେ

ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି ଚର୍ଚ୍ଚିତ ଆଇଟମ୍ ଗାର୍ଲ ରାନୀ ପଣ୍ଡା I କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ପେଣ୍ଡାଲ ରେ ବ୍ଲାଉଜ ଫିଙ୍ଗି ବିବାଦ କୁ ଚାଲି ଅସିଥିଲେ I ଯାତ୍ରା ମଞ୍ଚ ରେ ଏପରି ଖୁଲମ ଖୁଲା ଅଶ୍ଳୀଳ ପ୍ରଦର୍ଶନ କୁ ନେଇ ବହୁ ତର୍କ ବିତର୍କ ଚାଲିଥିଲା I ଏବେ ପୁଣିଥରେ ବିବାଦ କୁ ଆସିଛନ୍ତି ଯାତ୍ରା ସଚ୍ଚିଦାନନ୍ଦ ର ଏହି ବିବାଦୀୟ ନାୟିକା Iରାନୀ ଙ୍କୁ ନେଇକି ଯାତ୍ରା ସଚ୍ଚିଦାନନ୍ଦ ତିଆରି କରୁଛି ଏଥର ଏକ ନାଟକ I

ଯେଉଁଥିରେ କି ରାନୀ ମୁଖ୍ୟ ଭୂମିକା ରେ ଅଛନ୍ତି ,ସେପଟେ ରାନୀ ଙ୍କୁ ନେଇକି ଏକ ଚଳଚିତ୍ର ମଧ୍ୟ ତିଆରି କରାଯାଉଛି ଯେଉଁଥିରେ କି ରାନୀ କାହାଣୀର ନାୟିକା ଅଛନ୍ତି I ଫିଲ୍ମ ଟିକୁ ପ୍ରଯୋଜନା ଦେଇଛନ୍ତି ପ୍ରଯୋଜକ ସଞୟ ନାୟକ I କିନ୍ତୁ ସବୁଠୁ ଚର୍ଚ୍ଚା ର ବିଷୟ ଉଭୟ କାହାଣୀର ବିଷୟବସ୍ତୁ ସମାନ I ଆଗାମୀ ସିଜିନ୍ରୁ ସଚ୍ଚିଦାନନ୍ଦ ଏହି ନାଟକ ଟିକୁ ମଞ୍ଚସ୍ଥ କରିବାକୁ ଯାଉଥିବା ବେଳେ ଏନେଇ ଫିଲ୍ମ ର ପ୍ରଯୋଜକ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି I

ପ୍ରଯୋଜକ ଙ୍କ କହିବାନୁଯାୟୀ ଯଦି ଯାତ୍ରା ଆଗ ମଞ୍ଚସ୍ଥ ହୁଏ ତେବେ ଫିଲ୍ମ ଦେଖିବାକୁ କେହି ଯିବେ ନାହିଁ ଏବଂ କ୍ଷତି ହେବ I ତେବେ ରାନୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଯେ କାହାଣୀର ନାଟକ ଭିତରେ କୌଣସି ସାମଞ୍ଜସ୍ୟ ନାହିଁ I

Leave a Reply

Your email address will not be published. Required fields are marked *