କେନ୍ଦ୍ରାପଡା ରେ ଚାଞ୍ଚଲ୍ୟ ବୋହୁ ଲୁଚି ଲୁଚି ପି ଦେଉଥିଲା ଶଶୁର ଙ୍କ ମଦ ,ଥାନାରେ ଏତଲା

ଆଜିକା ଯୁଗରେ ମଦ୍ୟପାନ ଏକ ସାଧାରଣ କଥା ହେଇଗଲାଣି I ଏହା ଶରୀର ପାଇଁ କ୍ଷତିକାରକ ହେଉଥିଲେ ମଧ୍ୟ ଯୁବପିଢ଼ି ଏହି ନିଶାରୁ ନିଜକୁ ଦୁରେଇ ପାରୁନାହାନ୍ତି I ଏପରିକି ମହିଳା ମାନେ ମଧ୍ୟ ନିଶା ସେବନ କରୁଥିବାର ଦେଖାଯାଏ I ତେବେ କେନ୍ଦ୍ରାପଡା ରେ ଏକ ଘଟଣା ଏବେ ଚର୍ଚା ର ବିଷୟ ପାଲଟିଛି I ଶଶୁର ଙ୍କ ମଦ ବୋହୁ ପି ଦେଉଥିଲେ I ମିଳିଥିବା ଖବର ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ରେ ସୀମା(ଛଦ୍ମ ନାମ ) ନାମକ ଜଣେ ବିବାହିତ ତାଙ୍କ ଶାଶୁ ଶଶୁର ଙ୍କ ନାମରେ ଅଭିଯୋଗ କରିଥିଲେ ଯେ ସେମାନେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି I

ଯୌତୁକ ମାମଲା ଆସିବାରୁ ପୋଲିସ ସେହି ମହିଳାଙ୍କ ଶାଶୁ ଏବଂ ଶଶୁର ଙ୍କୁ ଥାନାକୁ ଡକାଇ ଜେରା କରିଥିଲେ ,ତେବେ ଜେରା ସମୟରେ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ I ମହିଳା ଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ ତାଙ୍କ ଶଶୁର I କହିଥିଲେ କି ସେ ମଦ ପିଇବାକୁ ଫ୍ରିଜ ରେ ରଖିଥିବା ବୋତଲରୁ ରାତିରେ ଖାଲି ହେଇଯାଉଛି I କେହି ଜଣେ ପିଇ ଦେଉଛି ,ଏନେଇ ସେ ବାରମ୍ବାର ଲୁଚି ଛପି ଜଗିଥିଲେ ଏବଂ ଶେଷରେ ବୋହୂକୁ ଧରିଥିଲେ I

ମଝିଆ ବୋହୁ ହିଁ ତାଙ୍କ ମଦ ପି ଦେଉଥିଲା ,ଏହା ଜାଣିବା ପରେ ସେ ବୋହୁ କୁ ତାଗିଦ କରିବାରୁ ବୋହୁ ଶଶୁର ଙ୍କ ନାମରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଛି I

Leave a Reply

Your email address will not be published. Required fields are marked *