ବଞ୍ଚାଇଲେ ଭଗବାନ, ୮ ଦିନ ବାଲିରେ ପୋତି ହୋଇ ବି ଜୀବନ୍ତ ଉଦ୍ଧାର ହେଲେ ଶ୍ରମିକ

ଅନୁଗୁଳ ରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସେଠାରେ ଜଣେ ଶ୍ରମିକ ଙ୍କ ଭଗବାନ ରକ୍ଷା କରିଛନ୍ତି ବୋଲି କୁହାଯାଉଛି। ଜଣେ ଶ୍ରମିକ ମାଟି ତଳେ ୮ ଦିନ ୭ ରାତି ପୋତି ହୋଇ ରହିବା ପରେମଧ୍ୟ ତାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣା ଟି ସତ୍ୟ ଅଟେ।

ଏହି ଘଟଣା ଟି ଘଟିଛି ଅନୁଗୁଳ ର ଛେଣ୍ଡିପଦା ଅଞ୍ଚଳ ରେ। ସୂଚନା ଅନୁସାରେ ଝାଡ଼ଖଣ୍ଡ ରୁ କାମ କରିବାକୁ ଆସିଥିବା ବରଜା ଶେଖ୍ ନାମକ ଜଣେ ଶ୍ରମିକ ଗତ ୧୯ ତାରିଖ ରୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ। ଶୌଚ ହେବାକୁ ସେ ଏକ ଛୋଟ ନାଳ କୁ ଯାଇଥିବାରୁ ସେଠାରେ ସେ ବାଲି ରେ ଫସି ରହିଯାଇଥିଲେ।

ଆଠ ଦିନ ସାତ ରାତି ତାଙ୍କୁ ଖୋଜା ଖୋଜି କରିବା ପରେ ସେ ନମିଳିବାରୁ ସ୍ଥାନୀୟ ଥାନା ରେ ଅଭିଯୋଗ କରିଥିଲେ। ପରେ ୨୬ ତାରିଖ ଦିନ ତାଙ୍କୁ ଉକ୍ତ ନାଳ ରେ ବାଲି ତଳେ ପୋତି ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ପୋଲିସ ଓ ଦମକଳବାହିନୀ ଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆଠ ଦିନ ସାତ ରାତି ସେ ବାଲି ତଳେ ପୋତି ହୋଇ ଜୀବନ୍ତ ତାଙ୍କୁ ଉଦ୍ଧାର କରାଯାଇଥିବାରୁ ଏହି ଖବର ସ୍ଥାନୀୟ ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *