ବାପାଙ୍କ କ୍ଷତିଭରଣା କରିବେ ପୁଅ ! ରାଜନୀତି କୁ ଆସିବେ ବିଜୟ ଙ୍କ ପୁଅ !

ଚଳିତ ନିର୍ବାଚନ ରେ ବିଜୟ ର ଆଶଙ୍କା ଥିଲେ ମଧ୍ୟ ଭୋଟ ହାର ବଢିଥିଲା ତଥାପି ବିଜେଡି ସୁପ୍ରିମ ଙ୍କ ରଣକୌଶଳ ଆଗରେ ଧରାଶାୟୀ ହେଇଯାଇଛନ୍ତି ବିଜୟ I 2000 ମସିହାରୁ ଲଗାତାର ଭାବେ ପରାଜୟ ବରଣ କରିଛନ୍ତି ବିଜୟ I ଏଥରକ ପରାଜୟ ପରେ ସାଧାରଣରେ ଚର୍ଚ୍ଚା ହେଉଥିଲା କି ବିଜୟ ରାଜନୀତି ରୁ ସନ୍ୟାସ ନେଇଯିବେ କିନ୍ତୁ ହାରିଯାଇଛନ୍ତି ବିଜୟ ତଥାପି ଦମ୍ଭ ଭାଙ୍ଗିନାହାନ୍ତି କି ଗଡ ବି ଛାଡ଼ିନାହାନ୍ତି I ବିଜୟ ଦମ୍ଭୋକ୍ତି କରିଛନ୍ତି ଯେ ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି ତାଙ୍କ ପ୍ରତି ବିଶ୍ୱାସ ରଖିଛନ୍ତି ସେମାନଙ୍କ ପାଇଁ ସେ କାମ କରିବେ ,ରାଜନୀତି ରେ ବିଜୟ ପରାଜୟ ଲାଗିରହେ I

ତେବେ ବିଜୟ ଙ୍କ ଏହି ଦମ୍ଭ ପଛରେ ତାଙ୍କ ପୁଅ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଆଲୋଚନା ହେଉଛି କି ଆଗାମୀ ନିର୍ବାଚନ ରେ ବିଜୟ ଙ୍କ ପୁଅ ଅରବିନ୍ଦ ମହାପାତ୍ର ଓରଫ୍ ବାବୁ ରାଜନୀତିକୁ ଆସିପାରନ୍ତି I ଚଳିତ ଥର ନିର୍ବାଚନ ରେ ମଧ୍ୟ ବାବୁ ଙ୍କୁ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା I ବିଶେଷ କରି ଯୁବପିଢ଼ି ଙ୍କୁ ପ୍ରଭାବିତ କରିବାକୁ ଆଗାମୀ ଦିନରେ ନିର୍ବାଚନ ରେ ବିଜୟ ଙ୍କ ପୁଅ ବାବୁ ପ୍ରତ୍ୟକ୍ଷ ରାଜନୀତି ରେ ପାଦ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ଅବଶ୍ୟ ଏନେଇ ବିଜୟ ମହାପାତ୍ର କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *