ଗାଡ଼ି ସୋ’ରୁମ୍‌ରେ ସଙ୍କଟ, ବନ୍ଦ ହେଲା ୨୮୦ରୁ ଅଧିକ ସୋ ରୁମ୍ , ୨ ଲକ୍ଷରୁ ଅଧିକ ବେରୋଜଗାର

ବଜାର ରେ ଗାଡ଼ି ଗୁଡ଼ିକର ବିକ୍ରି ରେ ସମସ୍ୟା ଦେଖାଯାଇଛି। ଯେଉଁଥିପାଇଁ କି ଗାଡ଼ି ଡିଲର ରେ କାମକରୁଥିବା ଅନେକ କର୍ମଚାରୀ ଙ୍କ ଚାକିରି ଛଟେଇ ହୋଇ ସାରିଲାଣି। ବର୍ତ୍ତମାନ ସାରା ଦେଶ ରେ ୨୬ ହଜାର ପାଖା ପାଖି ଗାଡ଼ି ସୋ ରୁମ୍ ଅଛି। ସେଥିରେ ୨୫ ଲକ୍ଷ ଲୋକ ବିଭିନ୍ନ ପଦବୀ ରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଗାଡି ର ଭଲ ବିକ୍ରି ନ ହେଉଥିବାରୁ ଗତ ତିନି ମାସ ମଧ୍ୟରେ ୨ ଲକ୍ଷ କର୍ମଚାରୀ ଙ୍କୁ ଚାକିରି ରୁ ଛଟେଇ କରାଯାଇଛି। ଭବିଷ୍ୟତ ରେ ଯଦି ସ୍ଥିତି ସୁଧାର ନ ଆସିବ ତେବେ ବୈଷୟିକ କ୍ଷେତ୍ର ରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡ଼ିବ ବୋଲି ଅଟୋମୋବାଇଲ ଡିଲର୍ ସଂଘ ଗୁଡ଼ିକ ର ମହାସଂଘ ‘ ଫାଡ଼ା ‘ ପକ୍ଷରୁ କୁହାଯାଇଛି।

ଅଟୋମୋବାଇଲ୍ ମହାସଂଘ ‘ ଫାଡ଼ା ‘ ଅନୁଯାୟୀ ଗତ ୧୮ ମାସ ଭିତରେ ୨୮୦ ରୁ ଅଧିକ ଗାଡ଼ି ସୋ ରୁମ୍ ବନ୍ଦ ହୋଇଯାଇଛି। ମହାରାଷ୍ଟ୍ର ରେ ସର୍ବାଧିକ ୮୪ ଟି ସୋ ରୁମ୍ ବନ୍ଦ ହୋଇଥିବା ବେଳେ ତାମିଲନାଡୁ ରେ ୩୫, ବିହାର ରେ ୨୬ ଓ ରାଜସ୍ଥାନ ରେ ୨୧ ଟି ସୋ ରୁମ୍ ବନ୍ଦ ହୋଇଯାଇଛି। ଏହି ସୋ ରୁମ୍ ଗୁଡ଼ିକ ବନ୍ଦ ହେବାର କାରଣ ହେଉଛି ବଜାର ରେ ଗାଡ଼ି ଗୁଡ଼ିକ ବିକ୍ରି ନ ହେଉଥିବାରୁ ଗାଡ଼ି ସୋ ରୁମ୍ ଗୁଡ଼ିକ କୁ ଋଣ ଦେବାକୁ ବ୍ୟାଙ୍କ୍ ଅମଙ୍ଗ ହେଉଛନ୍ତି। ସେଥି ପାଇଁ ଗାଡ଼ି ସୋ ରୁମ୍ ରେ ଧୀରେ ଧୀରେ ତାଲା ପଡ଼ିବା ଆରମ୍ଭ ହୋଇଗଲାଣି।

Leave a Reply

Your email address will not be published. Required fields are marked *