କେଦାର ନାଥ ଗୁମ୍ଫା ରେ ଧ୍ୟାନରେ ବସିଥିଲେ ଜିତିବା ପରେ ଶ୍ରାବଣ ସୋମବାର ରେ ଐତିହାସିକ ନିଷ୍ପତି

ଚାଲିଛି ଶ୍ରାବଣ ମାସ ,ଶିବଙ୍କ ମାସ ଚାଲିଥିବା ବେଳେ କାଉଡିଆ ମାନେ ପ୍ରତି ସୋମବାର ଶିବଙ୍କ ଉପରେ ଜଳାଭିଷେକ କରିବାରେ ଲାଗିଛନ୍ତି ,ଏପଟେ କିନ୍ତୁ ଶ୍ରାବଣ ମାସର ପ୍ରତି ସୋମବାର ମୋଦି ସରକାର ଗୋଟିଏ ଗୋଟିଏ ହଇଚଇ କରିଦେବା ଭଳି ନିଷ୍ପତି ନେଉଛନ୍ତି I ଗତକାଲି କIଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଜୋର ଧରିଛି ଯେ ଶ୍ରାବଣ ମାସର ସୋମବାର ମୋଦି ଙ୍କ ପାଇଁ ଶୁଭ I

କାହିଁକିନା ସଂଯୋଗ ବଶତଃ ପ୍ରଥମ ସୋମବାର ଅର୍ଥାତ ୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ମିଶନ ଚନ୍ଦ୍ରାୟନ-୨ ଲଞ୍ଚ କରାଯାଇଥିଲା I ସେହିପରି ଦ୍ୱିତୀୟ ସୋମବାର ଜୁଲାଇ ୨୯ ତାରିଖ ରେ ଟ୍ରିପଲ ତଲାକ ବିଲ ପ୍ରସ୍ତାବ ଆସିଥିଲା ଏବଂ ୩୦ ତାରିଖରେ ଗୃହୀତ ହେଇଥିଲା I ସେହିପରି ତୃତୀୟ ସୋମବାର ଅଗଷ୍ଟ ପାଞ୍ଚ ରେ ଧାରା ୩୭୦ ଉଚ୍ଛେଦ I ଏମିତିରେ ମୋଦି ଜଣେ ଶିବଭକ୍ତ ତାହା ତ ସମସ୍ତେ ଜାଣିଛନ୍ତି କାହିଁକିନା ନିର୍ବାଚନ ପ୍ରଚାର ସମୟରେ ପ୍ରଚାର ସାରି ଗେରୁଆ ବସ୍ତ୍ର ପରିଧାନ କରି
କେଦାରନାଥର ଏକ ଗୁମ୍ଫାରେ ଧ୍ୟାନରେ ବସିଥିଲେ

I ଏବେ ଚର୍ଚ୍ଚା ଚାଲିଛି ମୋଦି ସରକାର ଙ୍କ ବିଜୟ ପରେ ଶିବଙ୍କ କୃପାରୁ ମୋଦି ଜିତିଥିବାରୁ ସୋମବାର ରେ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଉଛି I ଏହାକୁ ଦୃଷ୍ଟିରେ ରଖି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଆସନ୍ତା ସୋମବାର ଅର୍ଥାତ ଶ୍ରାବଣ ମାସର ଶେଷ ସୋମବାର ରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଓ ବାବ୍ରୀ ମସଜିଦ୍‌ ଘଟଣାର ସମାଧାନ ହେବ I

Leave a Reply

Your email address will not be published. Required fields are marked *