ପରିବେଶ ସଚେତନ ପାଇଁ ପରିବେଶପ୍ରେମୀଙ୍କ ନିଆରା ଉଦ୍ୟମ

ଗତକାଲି ତା ୧୧/୮/୧୯ ରବିବାର ଦିନ ଉତ୍କଳ ବିଶ୍ଵ ବିଦ୍ୟାଳୟର ପରିସର ମଧ୍ୟରେ ଧର୍ମନ୍ଦ୍ରକୁମାର କର ଙ୍କ ନେତୃତ୍ବ ରେ ଓଡ଼ିଶା ର ପ୍ରାୟ ସମସ୍ତ ଜିଲ୍ଲା ରୁ ଆସିଥିବା ପରିବେଶ ପ୍ରେମୀ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ସିଡ୍ ବଲ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳା ରେ ସିଡ୍ ବଲ୍ ତିଆରି କରିବାର ପଦ୍ଧତି, ଏହାର ଉପଯୋଗୀତା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା lଏହି ପଦ୍ଧତି ପ୍ରଥମେ ସବୁ ପ୍ରକାର ର ମଞିକୁ ସଂଗ୍ରହ କରି ,ମାଟି ଓ ଖତ ର ମିଶ୍ରଣ ରେ ମଞିକୁ ରଖି ଗୋଲାକାର ଭଳି ପ୍ରସ୍ତୁତ କରାଯାଏ।

ଏହାକୁ କିଛି ସମୟ ଖରାରେ ଶୁଖାଇବା ପରେ ଯେକୌଣସି ଖାଲି ସ୍ଥାନ ,ଖାଲି ଜମି, ଲଣ୍ଡା ପାହଡ ମାନଙ୍କରେ ପକାଗଲେ ଅତି ସହଜରେ ଗଛ ଉଠିଥାଏ ।ଏହି ନୁତନ ପଦ୍ଧତି ରେ ସବୁଜ ବଳୟ ସୃଷ୍ଟି କରିବା ନିଶ୍ଚିତ ସହଜ ହୋଈପାରିବ।ଏହି ପଦ୍ଧତି କୁ ଅଧିକରୁଅଧିକ ଲୋକ ଙ୍କ ପାଖରେ ପହଂଚାଇ ଆମ ଜନ୍ମଭୁମିକୁ ପୁଣିଥରେ ସବୁଜିମା ମୟ କରି ଗଢିତୋଳିବାରେ ସକ୍ଷମ ହେବା ଉଦ୍ଦେଶ୍ୟ ନେଇ ଏହି କର୍ମଶାଳା ର ଆୟୋଜନ କରାଯାଇଥିଲା

l ସମସ୍ତ ୩୦ ଟି ଜିଲ୍ଲା ମାନଙ୍କ ରୁ ଆସିଥିବା ସ୍ୱେଚ୍ଛାସେବୀ ମାନ ଙ୍କୁ ନେଇ ସୁପର ୩୦ ନାମକ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ସେମାନଙ୍କୁ ଆଜି ତିଆରି କରାଯାଇଥିବା ଗୁଳା ଗୁଡିକୁଦିଆଯାଇଥିଲା ଯାହା କୁ କି ସେମାନେ ଆଗାମୀ ସ୍ଵାଧୀନତା ଦିବସ ଦିନ ସେମାନଙ୍କ ଜିଲ୍ଲା ରେ ସେ ସବୁ କୁ ଉପଯୁକ୍ତ ଜାଗା ରେ ଫୋପାଡି ସେଠାରେ ସବୁଜିମା ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ l ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଶରଣକୁଳ ନୟାଗଡ ଏହି ସୁପର୍ ୩୦ ଟିମ୍ ରେ ସାମିଲ୍ ହୋଇଥିଲେ I

Leave a Reply

Your email address will not be published. Required fields are marked *