ପାକିସ୍ତାନ ରେ ଟମାଟୋ କିଲୋ ୩୦୦ ଟପିଲା , ଭାରତ କୁ ହଇରାଣ କରିବାକୁ ଯାଇ ନିଜେ ଫସିଲା ,ପରିବା ବଜାର ରେ ହାହାକାର

ଜାମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଏହାକୁ ନେଇ ପାକିସ୍ତାନ ବିରୋଧ କରିଥିଲା ଏପରିକି ଜାତିସଂଘ ର ଦ୍ୱାରସ୍ଥ ମଧ୍ୟ ହେଇଥିଲା ପାକିସ୍ତାନ I କୌଣସି ସୁଫଳ ନମିଳିବା ପରେ ଶେଷରେ ବାଧ୍ୟ ହେଇ ଭାରତ ସହିତ ଥିବା ବ୍ୟବସାୟିକ ଚୁକ୍ତି କୁ ବାତିଲ କରିଛି ପାକିସ୍ତାନ I ଭାରତ କୁ ହଇରାଣ କରିବାକୁ ପାକିସ୍ତାନ ନେଇଥିବା ଏ ନିଷ୍ପତି ରେ ନିଜେ ହିଁ ଫସିଯାଇଛି I ବ୍ୟବସାୟିକ ଚୁକ୍ତି ଛିନ୍ନ ଯୋଗୁଁ ସୀମାରେ ରହିଥିବା ହଜାର ହଜାର ଟ୍ରକ ସାମଗ୍ରୀ ପାକିସ୍ତାନ କୁ ଯାଇପାରିନାହିଁ I ଏହାଦ୍ୱାରା ଭାରତ ପରିବର୍ତେ ପାକିସ୍ତାନ ଅଧିକ କ୍ଷତିଗ୍ରସ୍ତ ହେଇଛି I ପାକିସ୍ତାନ ରେ ପରିବା ଟମାଟୋ ନପହଞ୍ଚିବା ଫଳରେ ପରିବା ଦର ବୃଦ୍ଧି ପାଇଛି I ଏପରିକି ଟମାଟୋ ଦର କିଲୋପିଛା ୩୦୦ ଟଙ୍କା ରୁ ଉର୍ଦ୍ଧ ହେଇସାରିଲାଣି I

ଭାରତ ରୁ କୌଣସି ଜିନିଷ ନକିଣି ଏବେ ପାକିସ୍ତାନ ଅନ୍ୟ ଦେଶରୁ ଆଣିବା ଦ୍ୱାରା ଅଧିକ ଅର୍ଥ ଲାଗିବ ଏମିତିରେ ଏବେ ପାକିସ୍ତାନ ର ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି ତା ପରେ ପୁଣି ଏ ବୋଝ ଆହୁରି କ୍ଷତି କରାଇବ ପାକିସ୍ତାନ କୁ I

Leave a Reply

Your email address will not be published. Required fields are marked *