ଯେଉଁ କୋର୍ଟ ରେ ବାପା ଜଜ୍ ଙ୍କ ଡ୍ରାଇଭର ଥିଲେ ସେହି କୋର୍ଟ ରେ ପୁଅ ହେଲେ ବିଚାରପତି

କୁହାଯାଏ କଠିନ ପରିଶ୍ରମ ଏବଂ ନିଷ୍ଠା ଥିଲେ କୌଣସି ବି କାମ ଅସମ୍ଭବ ହୁଏନି I ଯାହାକୁ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ୨୬ ବର୍ଷୀୟ ଯୁବକ ଚେତନ ବଜାଡ୍ I ୨୬ ବର୍ଷୀୟ ଯୁବକ ଙ୍କ ଏହି ସଫଳତା ସାରା ଦେଶ ପାଇଁ ଏକ ପ୍ରେରଣା ର ଉତ୍ସ ସାଜିଛି I ଯେଉଁ କୋର୍ଟ ରେ ତାଙ୍କ ବାପା ବିଚାରପତି ଙ୍କ ଡ୍ରାଇଭର ଥିଲେ ସେହି କୋର୍ଟ ରେ ଏହି ଯୁବକ ଜଣଙ୍କ ବିଚାରପତି ହେଇଛନ୍ତି I ସୂଚନା ଅନୁଯାଇ ମଧ୍ୟପ୍ରଦେଶ ହାଇକୋର୍ଟର ଜବଲପୁର ସିଭିଲ ଜଜ୍ ବର୍ଗ-୨ରେ ବାହାରିଥିବା ପଦବୀ ପାଇଁ ଚେତନ ବଜାଡ(୨୬) ସଫଳ ହେଇଥିଲେ ଏବଂ ବିଚାରପତି ଭାବେ ନିଯୁକ୍ତ ହେଇଛନ୍ତି I

ତେବେ ସବୁଠୁ ବଡ କଥା ହେଉଛି ଚେତନ ଙ୍କ ବାପା ଗୋବର୍ଦ୍ଧନଲାଲ ବଜାଡ ଜିଲ୍ଲା ଅଦାଲତରେ ବିଚାରପତି ଙ୍କ ଡ୍ରାଇଭର ଅଛନ୍ତି ଏବଂ ତାଙ୍କ ଜେଜେବାପା ସେହି କୋର୍ଟ ରେ ଚୌକିଦାର ଥିଲେ I ଏବେ ଚେତନ ଙ୍କ ଏହି ସଫଳତା ସାରା ଦେଶରେ ଚର୍ଚା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *