ମଦ ପାଇଁ କେତେ ଘର ଉଜୁଡିଯାଉଛି ,ଆଜିର ଯୁବ ସମାଜ ମଧ୍ୟ ମଦ ମାୟାରେ ବାୟା I ମଦ ବନ୍ଦ କରିବା ବଦଳରେ ଯେଉଁ ବ୍ୟବସାୟୀ ଯେତେ ଅଧିକ ମଦ ବିକିବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ମଧ୍ୟ ଏକ ପ୍ରସ୍ତାବ ଆସିଛି I ଏପରି ସ୍ଥଳରେ ମଦ ବନ୍ଦ କରିବାକୁ ପିପୁଲ୍ ଫର୍ ସେବା ସ୍ଵେଚ୍ଛା ସେବୀ ସଂଘଠନ ତରଫରୁ ଅଗଷ୍ଟ ୧୫ ରୁ ଲୋୟର ପିଏମ୍ ଜି ରେ ଧାରଣା ରେ ବସିଛନ୍ତି ,ମୁଁ ଚାହେଁ ମଦ ବନ୍ଦ ହେଉ ଆହ୍ବାନ ଦେଇଛି ଏହି ସ୍ୱେଚ୍ଛା ସେବୀ ସଂଘଠନ I
ତେବେ ଆଜି ଦେଖିବାକୁ ମିଳିଛି ଏକ ଅଲଗା ପ୍ରକାର ଦୃଶ୍ୟ ,ବାରମ୍ବାର କହିବା ସତ୍ୱେ ମଧ୍ୟ ମଦ ବନ୍ଦ ପାଇଁ ସରକାର କୋୖଣସି ନିଷ୍ପତି ନେଉନଥିବା ରୁ ଏହି ସଂଘଠନ୍ ଆଜି ବାଧ୍ୟ ହେଇ ସରକାର ଙ୍କ ରାଜସ୍ୱ ପାଇଁ ଭିକ ମାଗୁଛନ୍ତି Iଅନୁରୋଧ କରିଛନ୍ତି କି ମଦ ବନ୍ଦ କର ଆମେ ଭିକ ମାଗି ସରକାର ଙ୍କୁ ରାଜସ୍ବ ଦେବୁ I