ନୂଆ ରୂପ ରେ ଆସିଲା ନ୍ୟୁଜ ୱାର୍ଲଡ ଓଡିଶା ଚ୍ୟାନେଲ୍‌

ଗତ ଅଗଷ୍ଟ ୨୦ ତାରିଖ ରେ ରାଜ୍ୟର ଏକ ଅଗ୍ରଣୀ ଖବର ପ୍ରସାରଣକାରି ସଂସ୍ଥା ନ୍ୟୁଜ୍ ୱର୍ଲ୍ଡ ଓଡ଼ିଶା ବନ୍ଦ ହୋଇଯାଇଥିଲା I ଟେଲିପୋର୍ଟ ରୁ ଯେଉଁ ସଂକେତ ସାଟେଲାଇଟ କୁ ଦିଆଯାଏ ତାହାକୁ ବନ୍ଦ କରାଯାଇଥିଲା I ନ୍ୟୁଜ ୱାର୍ଲଡ ଓଡିଶା ଚାନେଲ ର ଅକସ୍ମାତ ପ୍ରସାରଣ ବନ୍ଦ କୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏହାର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ସ୍ପଷ୍ଟୀକରଣ ରଖିଥିଲେ ଯେ ‘ବୈଷୟିକ ତ୍ରୁଟି ଯୋଗୁ ପ୍ରସାରଣ ବନ୍ଦ ରହିଛି ,ଖୁବ୍‌ ଶୀଘ୍ର ଏହା ଏକ ନୂଆ ରଙ୍ଗ ଏବଂ ନୂଆ ରୂପରେ ଆସିବ

I ତେବେ ଖବର ଅନୁଯାୟୀ ନ୍ୟୁଜ ୱାର୍ଲଡ ଓଡିଶା ନୂଆ ନାମରେ ନାମିତ ହେଇଛି,ଗତକାଲି ଗଣେଶ ପୂଜାରେ ଏହାର ନୂତନ ନାମକରଣ କରାଯାଇଛି I ଏହାର ନୁଆ ନାମ ଓଡିଶା ନ୍ୟୁଜ୍ ରଖାଯାଇଛି

I ଖୁବ୍ ଶୀଘ୍ର ଏହାର ପ୍ରସାରଣ ଆରମ୍ଭ ହେବ ବୋଲି ଖବର ମିଳିଛି I

Leave a Reply

Your email address will not be published. Required fields are marked *