ହାତ କଟିଯାଇଛି ଗୋଡ ବି କାମ କରୁନି ତଥାପି ଶିକ୍ଷାଦାନ କରିବାକୁ ନଦୀ ପାର ହୋଇ ଯାଆନ୍ତି ସ୍କୁଲ

ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ହିଁ ସାକ୍ଷାତ ପରମେଶ୍ୱର I ଗୁରୁଙ୍କ ସ୍ଥାନ ସ୍ୱତନ୍ତ୍ର I ଜୀବନରେ ଅନ୍ଧାର ହଟାଇ ଆଲୋକ ର ରାସ୍ତା ଦେଖାଇଥିବା ଗୁରୁ ଙ୍କ ଋଣ କେହି କେଭେ ସୁଝିପାରିନଥାଏ I ତେବେ ବେଳେବେଳେ ଏମିତି ଜଣେ ଜଣେ ଆଦର୍ଶ ଗୁରୁ ଙ୍କ କଥା ସାମ୍ନା କୁ ଆସେ ଯାହାଙ୍କ ପାଖରେ ଆମ ମୁଣ୍ଡ ନଇଁଯାଏ I ସେମିତି ଏକ ଘଟଣା ହେଉଛି ଛତିଶଗଡ଼ ସୁକମା ଜିଲା ମାଝିଡିହି ଅଞ୍ଚଳର I

ଖବର ଅନୁଯାଇ ଏହି ଅଞ୍ଚଳ ର ମାଧ୍ୟମିକ ବିଦ୍ୟାାଳୟର ଶିକ୍ଷକ ସନ୍ଦିପ ଭଦୋରିଆ ନିଜର ଏକ ସ୍ୱତନ୍ତ୍ର ଛାପ ତିଆରି କରିପାରିଥିଲେ ,ନିସ୍ଵାର୍ଥ ଭାବେ ଶିକ୍ଷାଦାନ ଦେଉଥିଲେ ଛାତ୍ର ଛାତ୍ରୀ ମାନଙ୍କୁ I ଅଚାନକ ଦିନେ ଏକ ଦୁର୍ଘଟଣା ରେ ନିଜର ଡାହାଣ ହାତ ହରାଇଥିଲେ I

ଏହାସହିତ ତାଙ୍କ ଡାହାଣ ଗୋଡ ମଧ୍ୟ ଧୀରେ ଧୀରେ ଅଚଳ ହେଇଯାଇଥିଲା I ଘର ଲୋକ ତାଙ୍କୁ ସ୍ବେଛାକୃତ ଅବସର ନେଇଯିବାକୁ ବାଧ୍ୟ କରିଥିଲେ କିନ୍ତୁ ଏହାକୁ ସେ ଭୃକ୍ଷେପ କରିନଥିଲେ ବରଂ କହିଥିଲେ କି ମୋ ଗୋଡ ହାତ ସିନା ଅଚଳ ହେଇଚି ମୁଁ ନୁହେଁ ,ଏହାପରେ କଠିନ ପରିଶ୍ରମ ଦ୍ୱାରା ବାମ ହାତରେ ଲେଖିବା ଅଭ୍ୟାସ କରିନେଲେ I

ପାହାଡ଼ ଇଲାକା ରେ ଆଶା ବାଡ଼ି ରେ ପାଖାପାଖି 5କିଲୋମିଟର ଚାଲି ଚାଲି ପୁନର୍ବାର ସ୍କୁଲ ଯାଇକି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି I ସତରେ ଏପରି ଶିକ୍ଷକ ନିହାତି ଭାବରେ ଆମ ସମାଜ ପାଇଁ ଗର୍ବର କଥା ,I

Leave a Reply

Your email address will not be published. Required fields are marked *