ହେଲମେଟ୍ ପିନ୍ଧିନଥିବାରୁ ଟ୍ରକ୍ ଚାଳକ ଙ୍କ ଠାରୁ 35ହଜାର ଫାଇନ୍ ଆଦାୟ କରିଛି ଖୋର୍ଦ୍ଧା ଟ୍ରାଫିକ l

ଲାଗୁ ହେଇଛି ନୂଆ ନିୟମ ,ଯେଉଁଠି ବି ଗାଡି ଚେକ ହେଉଛି ମନଇଛା ଲଦି ଦିଆଯାଉଛି ଜୋରିମାନା I ବାଇକ ଚାଳକ ଠାରୁ ଚାରି ଚକିଆ ଚାଳକ ଯାଏଁ ସମସ୍ତେ ବ୍ୟତୀଵ୍ରତ ହେଇଗଲେଣି I ସାଧାରଣ ଲୋକମାନେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି I କିଛିଦିନ ଧରି ମୋଟାଅଙ୍କରେ ଜୋରିମାନା ମଧ୍ୟ ଆଦାୟ ହେଉଛି ,ଜୋରିମାନା ପାଇଁ କୌଣସି ନିର୍ଦ୍ଧିଷ୍ଟ ପରିମାଣ ନଥିବାରୁ ଏହାକୁ ନେଇ ସବୁ ମହଲରୁ ତୀବ୍ର ଅସନ୍ତୋଷ ଲାଗି ରହିଛି I ଜୋରିମନା କୁ ନେଇ ସାଧାରଣ ରେ ଚର୍ଚା ହେଉଛି ଯେ ଟ୍ରାଫିକ ପୋଲିସ ମନଇଛା ଚାଲାଣ କାଟୁଛି ଏହାର ଏକ ଖବର ମଧ୍ୟ ଖୋର୍ଦ୍ଧା ରୁ ଆସିଛି I ଖବର ଅନୁଯାଇ ପଶ୍ମିମବଙ୍ଗର ଏକ ଟମାଟୋ ବୋଝେଇ ଟ୍ରକ ଆସୁଥିବା ବେଳେ ଖୋର୍ଦ୍ଧା ରେ ଏହାକୁ ଟ୍ରାଫିକ ପୋଲିସ ଅଟକାଇ ଜୋରିମନା ଲଗାଇଛନ୍ତି I ଜୋରିମନା ବାବଦକୁ ପାଖାପାଖି ୩୫ ହଜାର ଟଙ୍କା ଲଗାଯାଇଥିବା ବେଳେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଯେ ଜୋରିମନା ର ଏକ ପଏଣ୍ଟ ରେ କୁହାଯାଇଛି ଯେ ଟ୍ରକ ଚାଳକ ହେଲମେଟ ପିନ୍ଧିନଥିବାରୁ ତାଙ୍କ ଉପରେ ଫାଇନ ଲଗାଯାଇଛି I ଏହାକୁ ନେଇ ସବୁ ମହଲରୁ ଚର୍ଚା ହେଉଛି I ଟ୍ରକ ଚାଳକ ମାନେ ବି କଣ ଏଥର ହେଲମେଟ ପିନ୍ଧିବେ ? Source:Prameya

Leave a Reply

Your email address will not be published. Required fields are marked *