ଜନ୍ମଦିନ ରେ ନବୀନ ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି,ଧର୍ମେନ୍ଦ୍ର ପ୍ରଧାନ ଏବଂ ମମତା ବାନାର୍ଜୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମଦିନ ଅବସର ରେ ତାଙ୍କୁ ଅନେକ ମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଇଂରାଜୀ ରେ ଟୁଇଟ୍ କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଓ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଂରାଜୀ ଓ ବଙ୍ଗଳା ରେ ଟୁଇଟ୍ ମାଧ୍ୟମ ରେ ଲେଖିଛନ୍ତି ଯେ ‘ ନବୀନ ବାବୁ ଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘଆୟୁ କାମନା କରୁଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟ୍ ମାଧ୍ୟମ ରେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନ୍ମଦିନରେ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହ ସୁସ୍ଥ ଓ ନିରାମୟ ଜୀବନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *