ଓଃ ନବୀନ ବାବୁ କଣ କଲେ ,ବିଜେପୁର ମତେ ବିଦେଶ ଭଳି ଲାଗିଲା -ସୁର ରାଉତରାୟ

ନିଜ ବୟାନ ପାଇଁ ସବୁବେଳେ ଚର୍ଚାରେ ଥିବା ସୁର ରାଉତରାୟ ପୁଣି ଛାଡିଛନ୍ତି ଗୁଗୁଲି I ଆସନ୍ତାକାଲି ବିଜେପୁର ଉପନିର୍ବାଚନ ଭୋଟ ଗଣତି ଥିବାବେଳେ ଆଗୁଆ ପରାଜୟ ବରଣ କରିଛନ୍ତି ସୁର I କହିଛନ୍ତି କି କଂଗ୍ରେସ ନେତା କେହି ଟଙ୍କା କାଢ଼ିଲେ ନାହିଁ ,କଂଗ୍ରେସ ପ୍ରାଥୀ ହାରିଯିବେ କିନ୍ତୁ ନବୀନ ବାବୁ ବିଜେପୁର ରେ ପାଖାପାଖି 20କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି , ମହିଳା ଭୋଟର ଙ୍କୁ 3 ହଜାର ଦେଇଥିବା ବେଳେ ପୁରୁଷ ଭୋଟର ଙ୍କୁ 5ହଜାର ଦେଇଛନ୍ତି I ବିଜେପୁର ରେ ମତେ ଏମିତି ଲାଗିଲା କି ଏଇଟା ଓଡିଶା ନୁହେଁ ବିଦେଶ I ଫରେନ କଣ୍ଟ୍ରି ରେ ଯେଉଁଭଳି ନିର୍ବାଚନ ହୁଏ ,ବିଜେପୁର ରେ ସେମିତି ହେଉଥିଲା I ଯୁଆଡେ ଦେଖିବ ଖାଲି ଟଙ୍କା ଦିଆଯାଇ ଲୋକ ଏକାଠି କରାଯାଉଥିଲା I

Leave a Reply

Your email address will not be published. Required fields are marked *