ଡ୍ରାଇଭିଙ୍ଗ ଲାଇସେନ୍ସ ନେବାକୁ ନିଜେ ଏସ୍‌ପି ସାଦା ବେଶରେ ଦଲାଲ ପାଖରେ ମୂଲଚାଲ କରି ଧରିଲେ

ଆରଟିଓ ଅଫିସ ରୁ ଦଲାଲ ମୁକ୍ତ କରିବାକୁ ବିଭାଗ ଦ୍ୱାରା ଜୋରଦାର ଚେଷ୍ଟା ଚାଲିଛି ,ବହୁ ଦଲାଲ ମଧ୍ୟ ଗିରଫ ହେଲେଣି I ତଥାପି ଦଲାଲ ମୁକ୍ତ ହେଇପାରୁନି ଅଫିସ I ତେବେ ଦଲାଲଙ୍କୁ ଧରିବା ପାଇଁ ନିଜେ ଏସ୍‌ପି ସାଦା ବେଶରେ ଜାଇ ମୁଲଚାଲ କରି ଦଲାଲ କୁ ଧରିବା ଏବେ ସାରା ସହର ରେ ଚର୍ଚା ହେଇଛି I ସୂଚନା ଅନୁଯାଇ ଘଟଣାଟି ନୟାଗଡ ର I ଏସ୍‌ପି ଶଶିଭୂଷଣ ଶତପଥୀ ନିଜେ ସାଦା ବେଶରେ ପହଁଚି ଜଣେ ବ୍ୟକ୍ତି ଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ପଚାର ଉଚରା କରିଥିଲେ ,ସାମ୍ନା କୁ ଆସିଥିଲେ ଦଲାଲ ମୂରଲୀଧର ରାଉତ। ଏଥିପାଇଁ ଅଧୀକ ଅର୍ଥ ଦେବାକୁ ପଡିବ ବୋଲି ଦଲାଲ ଜଣଙ୍କ ଏସ୍‌ପି ଙ୍କୁ କହିଥିଲେ

,କିନ୍ତୁ ତାଙ୍କୁ ଜଣା ନଥିଲେ ସେ ଏସ୍‌ପି ଥିଲେ ବୋଲି I ପଇସା ନେଉଥିବା ବେଳେ ଏସ୍‌ପି ନିଜେ ତାଙ୍କୁ ଗିରଫ କରିଛନ୍ତି I ଦଲାଲ ପାଖରୁ ନଗଦ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି I ଏସ୍‌ପି ଙ୍କର ଏଭଳି ଅଚାନକ ଚଢ଼ାଉ ତାହା ପୁଣି ସାଦା ବେଶରେ ସମସ୍ତଙ୍କୁ ଚକିତ କରିଥିବା ବେଳେ ସବୁ ମହଲ ରୁ ପ୍ରସଂଶା କରାଯାଉଛି I

Leave a Reply

Your email address will not be published. Required fields are marked *