ରାମ ଙ୍କ ଓକିଲ : ୯୨ ବର୍ଷ ବୟସରେ ଲଗାତାର ୪୦ ଦିନ ଯାଏଁ ଠିଆ ହେଇ ଯୁକ୍ତିକରି ମାମଲା ଜିତିଲେ

ବହୁ ଚର୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ରାୟ ଶୁଣାଣି ପରେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା I
ଦୀର୍ଘ 70ବର୍ଷ ଧରି ଲାଗି ରହିଥିବା ଏହି ବିବାଦ ରେ ଐତିହାସିକ ନିଷ୍ପତି ନିଆଯାଇଛି I ତେବେ ଏହି ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବି କେ. ପରାସରନ୍ ଙ୍କୁ ନେଇ ଏବେ ଚର୍ଚ୍ଚା ରାମ ଙ୍କୁ ନେଇ ଲଢ଼ୁଥିବା ଏହି ଓକିଲ ଏବେ ମୁଖ୍ୟ ନାୟକ ପାଲଟିଯାଇଛନ୍ତି I ବୟସ ୯୨ ହେଇଥିଲେ ମଧ୍ୟ ସୁପ୍ରିମକୋର୍ଟରେ ଲଗାତାର ୪୦ ଦିନ ଯାଏଁ ଯୁକ୍ତି କରି ବିପକ୍ଷ ଙ୍କୁ ପାଣି ପିଆଇଦେଇଥିଲେ I ଏ ବୟସରେ କେସ ଲଢ଼ିବା ଏତେ ସହଜ ନୁହେଁ ତାହା ପୁଣି ଏଭଳି ଏକ ସ୍ପର୍ଶକାତର ଘଟଣାରେ ,ତେବେ ବାର୍ଦ୍ଧକ୍ୟ ସମସ୍ୟା ହେଇନଥିଲା ତାଙ୍କ ପାଇଁ I

ହିନ୍ଦୁ ଶାସ୍ତ୍ର ରେ ଅଗାଢ଼ ଜ୍ଞାନ ଥିବା କେ. ପରାସରନ୍ ଶେଷରେ ରାମ ଙ୍କ ଉପସ୍ତିତି ଜାହିର କରିଥିଲେ ଏବଂ ମାମଲା ଜିତିଥିଲେ I ଏହାପରେ ହୁଏତ ସେ ବୟସ ଯୋଗୁଁ ଆଉ କେଶ ନ ଲଢ଼ିପାରନ୍ତି କିନ୍ତୁ ତାଙ୍କର ଏ କେଶ ଭାରତ ଇତିହାସ ର ସ୍ୱର୍ଣ୍ଣାଲିପି ରେ ଲିପିବଦ୍ଧ ହେଇ ରହିବ ସବୁଦିନ ପାଇଁ

Leave a Reply

Your email address will not be published. Required fields are marked *