ଅଯୋଧ୍ୟା ରାୟ ପରେ ସଲମାନଙ୍କ ବାପା ସଲିମ ଖାନ ଙ୍କ ପ୍ରତିକ୍ରିୟା ଶୁଣି ସମସ୍ତେ ସାଲ୍ୟୁଟ କରିବାକୁ ବାଧ୍ୟ ହେଲେ

ବହୁ ଚର୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହେଇଥିବା ବେଳେ ଅଯୋଧ୍ୟାରେ ହିଁ ରାମମନ୍ଦିର ହେବାନେଇ ସୁପ୍ରିମକୋର୍ଟ ନିଷ୍ପତି ଦେବାପରେ ସାରା ଭାରତରେ ଏହି ନିଷ୍ପତି କୁ ସ୍ୱାଗତ କରାଯାଇଛି I ଅପରପକ୍ଷରେ ମସଜିଦ୍ ନିର୍ମାଣ ପାଇଁ ମଧ୍ୟ ୫ ଏକର ଜମି ଦିଆଯିବାକୁ ନିର୍ଦେଶ ଦିଆଯାଇଛି I ଅବଶ୍ୟ କିଛି ମୁସଲମାନ ଏହାକୁ ବିରୋଧ କରିଛନ୍ତି ଏବଂ ତାଙ୍କ ପ୍ରତି ଅନ୍ୟାୟ ହେଇଛି ବୋଲି କହୁଥିବା ବେଳେ ଏହି ସମୟରେ ତୁଣ୍ଡ ଖୋଲିଛନ୍ତି ପ୍ରସିଦ୍ଧ ସ୍କ୍ରିପ୍ଟ ରାଇଟର ଓ ପ୍ରଡ୍ୟୁସର ତଥା ସଲମାନଙ୍କ ଖାନଙ୍କ ବାପା ସଲିମ୍ ଖାନ୍ I ସଲିମ ଜଣେ ଉଦାର ହୃଦୟ ଏବଂ ସଚ୍ଚା ଭାରତୀୟ ବୋଲି ସମସ୍ତେ ଜାଣିଥିଲେ କିନ୍ତୁ ଅଯୋଧ୍ୟା ରାୟ ପରେ ତାଙ୍କ ପ୍ରତିକ୍ରିୟା ଶୁଣିବା ପରେ ସମସ୍ତେ ତାଙ୍କୁ ସଲ୍ୟୁଟ କରିବାକୁ ବାଧ୍ୟ ହେଇଛନ୍ତି I

ସଲିମ କହିଛନ୍ତି ଯେ ନମାଜ ପଢିବାକୁ ଯେ କୌଣସି ଜାଗା ଦରକାର ନାହିଁ ,ସବୁ ଜାଗାରେ ପଢ଼ିହେବ କିନ୍ତୁ ସ୍କୁଲ ହସ୍ପିଟାଲ ପାଇଁ ଜାଗା ଦରକାର I ମିଳିଥିବା 5 ଏକର ଜାଗାରେ ମସଜିଦ ବଦଳରେ ହସ୍ପିଟାଲ କିମ୍ବା ବିଦ୍ୟାଳୟ ଖୋଲାଯାଉ ଯାହା ଦ୍ୱାରା ସମସ୍ତେ ଲାଭବାନ ହେଇପାରିବେ I ସୁପ୍ରିମକୋର୍ଟ ର ରାୟ କୁ ନେଇ କୌଣସି ବିବାଦ କରାନଯାଉ I

Leave a Reply

Your email address will not be published. Required fields are marked *