ଅସ୍ବସ୍ତିକର ପରିସ୍ଥିତି ରେ ସୌମ୍ୟ , ସୌମ୍ୟ ଙ୍କ କଟାକ୍ଷ ରେ ନବୀନ ଘାଇଲା

ଦୀର୍ଘଦିନର ନୀରବତା ପରେ ମୁଁହ ଖୋଲିଛନ୍ତି ବିଜେଡି ନେତା ତଥା ସମ୍ବାଦ ର ସମ୍ପାଦକ ସୌମ୍ୟ ରଞ୍ଜନ ପଟନାୟକ I କିଛିଦିନ ଧରି ନିଜ ସରକାର ଙ୍କ ବିରୁଧରେ ସୌମ୍ୟ ସ୍ୱର ଉତ୍ତୋଳନ କରି ସତ କୁ ପାଦକୁ ଆଣୁଥିବା ବେଳେ ଅଧିକାଂଶ ସ୍ଥଳରେ କୁହାଯାଇଛି କି ସୌମ୍ୟ ଙ୍କୁ ମନ୍ତ୍ରୀପଦ ନମିଳିବାରୁ ସେ ଵିଳି ବିଳେଇ ଏପରି ହେଉଛନ୍ତି I ଅବଶ୍ୟ ସୌମ୍ୟ ଯେଉଁଭଳି ଭାବରେ ଚାଷୀଙ୍କ ହାତ ଛାଡି ନବୀନ ଙ୍କ ହାତ ଧରି ସିଧାସଳଖ ସାଂସଦ ହେଇଥିଲେ ଯେ କେହି ବି କହିବେ କି ସୌମ୍ୟ କ୍ଷମତା ଲୋଭି I ତେବେ ଗତକାଲି ଆମଘର ହାଲଚାଲ ଶୀର୍ଷକ ରେ ନିଜ ଘର ର ଗୁମର ଖୋଲିଛନ୍ତି ସୌମ୍ୟ I

ନିଜେ ଅସ୍ବସ୍ତିକର ପରିସ୍ଥିତି ରେ ଥିବା ଜଣେଇଛନ୍ତି ଏପରିକି ସମ୍ପାଦକ ଭାବରେ ତଳସ୍ତର ର ଦୁର୍ନୀତି କୁ ସରକାର ଙ୍କ ପାଖକୁ ଆଣିବା ତାଙ୍କ କାମ ଏବଂ ସାଶକ ଦଳର ବିଧାୟକ ଭାବେ ଏହି ଦୁର୍ନୀତି କୁ ରୋକିବା ତାଙ୍କ ଦାୟିତ୍ୱ ଏପଟୁ ମାଇଲେ ବ୍ରହ୍ମହତ୍ୟା ସେପଟୁ ମାଇଲେ ଗୋ ହତ୍ୟା I ଏପରିକି ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ 70ବର୍ଷର ଵୃଦ୍ଧ ଟିଏ ଭତ୍ତା ପାଇବାକୁ ବାରଦୁଆର ହେଉଥିବା ବେଳେ 40ବର୍ଷର ଭେଣ୍ଡିଆ ଟୋକା ଭତ୍ତା ପାଉଛି

I ସୌମ୍ୟ ଙ୍କ ଏହି 10 ତାରିଖର ଆମ ଘରର ହାଲଚାଲ ଏବେ ସବୁଆଡେ ଚର୍ଚା ଏପରିକି ନବୀନ ଙ୍କ ଚିନ୍ତାର କାରଣ ପାଲଟିଛନ୍ତି ସୌମ୍ୟ I

Leave a Reply

Your email address will not be published. Required fields are marked *