ବରଗଡ଼ ରେ କଂସ ଚୟନକୁ ନେଇ ବିବାଦ:ଧନୁଯାତ୍ରା ପ୍ରସ୍ତୁତି ରେ ହେଉଛି ବିଳମ୍ବ

ଆସନ୍ତା ଡ଼ିସେମ୍ବର ୩୧ ରୁ ଆରମ୍ଭ ହୋଇ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା।କିନ୍ତୁ ଏ ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହୋଇ ପାରି ନାହିଁ ଯେହେତୁ କିଏ କଂସ ହେବ ଦେ ନେଇ ଉପୁଜୁଥିବା ବିବାଦ ଏ ଯାଏ ସମାଧାନ ହୋଇ ନାହିଁ।

ଏକ ପକ୍ଷ ରେ କମିଟି ୧୬ ତାରିଖ ଯାଏ କଂସ ପାଇଁ ଆବେଦନ ସୀମା ରଖିଚି ଏବଂ ୨୦ ତାରିଖ ଭିତରେ କଂସ ଚୟନ କରିବାକୁ ସୀମା ରଖିଥିବା ସମୟରେ ବିଭିନ୍ନ କଳାକାର ସଂଘ ଏହାକୁ କଡ଼ା ବିରୋଧ କରି ଜିଲ୍ଲା ପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି।

କଳାକାର ସଂଘଂକ ଦାବି ମୁତାବକ ଥରେ ଜଣେ କଂସ ପାଇଁ ଚୟନ ହେଲେ ୩ ବର୍ଷ ଯାଏ ସେ କଂସ ହୁଅନ୍ତି। ଏହି ନିୟମ ପୂର୍ବରୁ ରହି ଅଛି।କିନ୍ତୁ ଏବେ ଭୁବନେଶ୍ୱର ପ୍ରଧାନ ଲଗାତାର ମାତ୍ର ୨ ବର୍ଷ ହୋଇଛନ୍ତି। ତେଣୁ ତାଙ୍କୁ ଏ ବର୍ଷ ମଧ୍ୟ କଂସ ହେବାକୁ ସୁଯୋଗ ଦିଅ ଯାଉ ।

ଆପଣକଂ ମତାମତ ନିଶ୍ଚୟ କମେଣ୍ଟ୍ ରେ ଜଣେଇବେ।

Leave a Reply

Your email address will not be published. Required fields are marked *