ମୋ ସରକାର ଙ୍କ ନୂଆ ଵମ୍ପର ଅଫର ,ଖୋଲିବ ନୂଆ ମଦ ଦୋକାନ , ଯୁଆଡେ ଦେଖିବ ଖାଲି ମଦ

ମଦ ମୁକ୍ତ ଓଡିଶା ପାଇଁ ସମସ୍ତେ ଚିନ୍ତିତ ଥିବାବେଳେ ଓଡିଶା ସରକାର ଙ୍କ ନୂଆ ଚିଠି ସମସ୍ତଙ୍କ ହୋସ ଉଡାଇଦେଇଛି I ରାଜ୍ୟରେ ଯେତିକି ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଅଛି ସେସବୁ ଯଥେଷ୍ଟ ନୁହଁ I ନୂଆ ମଦ ଦୋକାନ ଖୋଲିବାକୁ ନୂଆ ନିଷ୍ପତି ନିଆଯାଇଛି I ମଦ ର ଆର୍ଥିକ ରାଜସ୍ବ ଭଲ ମିଳୁଥିବାରୁ ଏକପ୍ରକାର ଏହାକୁ ପ୍ରୋତ୍ସାହନ ଦିଆଯାଉଛି I ଏଥରକ ଅଫ୍ ସପ୍ କିମ୍ବା ଅନ୍ ସପ୍ ଦୋକାନ ପାଇଁ ଯଦି କେହି ଆବେଦନ କରନ୍ତି ତେବେ ତୁରନ୍ତ ସେଗୁଡିକ ଯାଞ୍ଚ କରାଯାଇ ଲାଇସେନ୍ସ ଦିଆଯିବ I

ବର୍ତମାନ ସୁଦ୍ଧା ସରକାରୀ ସ୍ୱୀକୃତିପ୍ରାପ୍ତ ଭାବେ ମଦ ଏବଂ ବିୟର ପାର୍ଲର କୁ ମିଶାଇ ମୋଟ 2046 ଟି ଥିବାବେଳେ ଏହି ସଂଖ୍ୟାକୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି I ବାର୍ଷିକ ପାଖାପାଖି 5525 କୋଟି ରାଜସ୍ବ ମିଳୁଥିବା ବେଳେ ଏହି ମଦ କେବଳ ଓଡିଶା ପାଇଁ ସାହାରା ଅଧିକ ରାଜସ୍ବ ପାଇଁ I ଏମିତିରେ ତା କିଛିଦିନ ତଳେ ହ୍ୟୁମାନ ସାଗର ଙ୍କ ମଦରେ ମଦରେ ତୁ ସାହାରା ଗୀତ ଆପଣ ଦେଖିଥିବେ ଯାହାକି ବର୍ତମାନ ସୁଦ୍ଧା 60ଲକ୍ଷ ରୁ ଉର୍ଧ ଦର୍ଶକ ଦେଖିସାରିଲେଣି

,ଏବେ ଏମିତିରେ କହିବାକୁ ଗଲେ ସରକାର ଙ୍କ ପାଇଁ କେବଳ ମଦ ହିଁ ସାହାରା ରାଜସ୍ବ ପାଇଁ I

Leave a Reply

Your email address will not be published. Required fields are marked *