ଅନୁଭବ ଆଉ ଦୁର୍ବ୍ୟବହାର ବିବାଦ ,ଆସନ୍ତୁ ନଜର ପକାଇବା କିଏ ସତ ଅନୁଭବ ନା ଏମାନେ ?

ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଘଟଣାରେ ଏବେ ଅନୁଭ ବ ଚର୍ଚା ରେ ଅଛନ୍ତି I ତେବେ ଦୁର୍ବ୍ୟବହାର ବିବାଦ ଯେମିତି ଅନୁଭବ ଙ୍କ ସହିତ ପିଛା ଛାଡ଼ୁନି ,ପୂର୍ବରୁ ମଧ୍ୟ ଅନୁଭବ ଙ୍କ ନାମରେ ଅନେକ ଦୁର୍ବ୍ୟବହାର ଅଭିଯୋଗ ଆସିଛି I ନିଜ ଦଳର ଛାତ୍ର ନେତା ମଞ୍ଜିତ ଙ୍କ ସହିତ ଅନୁଭବ ଙ୍କର କଥା କଟାକଟି ହେବାପରେ ଟ୍ୱିଟ କରି ଅନୁଭବ କହିଥିଲେ କି ମଞ୍ଜିତ ତାଙ୍କୁ ଦୁର୍ବ୍ୟବହାର କରିଥିଲେ କିନ୍ତୁ ବାସ୍ତବରେ ମଞ୍ଜିତ ପାଲଟା ଅଭିଯୋଗ ଆଣିଥିଲେ ଭିଡିଓ ଶେୟାର କରିକି ଯେ ଅନୁଭବ ଙ୍କର ଅହଂକାର ବଢିଯାଇଛି ,ସେ ପ୍ରଥମେ ଦୁର୍ବ୍ୟବହାର କରିଥିଲେ ଘଟଣାର ତଦନ୍ତ ଜାରି ରହିଛି

I ସେହିପରି ଏହାର କିଛିଦିନ ପୂର୍ବରୁ ଜଣେ ମହିଳା ସାମ୍ବାଦିକ ମଧ୍ୟ ଅନୁଭବ ଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ କି ଅନୁଭବ ତାଙ୍କୁ ଛେପ ପକାଇଥିଲେ I ଅବଶ୍ୟ ପ୍ରମାଣ ଅଭାବ ରୁ ଅନୁଭବ ଙ୍କୁ ଏହି ଘଟଣାରେ କ୍ଲିନଚିଟ ମିଳିଛି

I ଏହାପରେ ଚର୍ଚା କୁ ଆସିଥିଲେ ବିଦୁସ୍ମିତା ଏବଂ ଅନୁଭବ ଙ୍କ ଝଗଡା I ଜଣାଶୁଣା ଅଭିନେତ୍ରୀ ବିଦୁସ୍ମିତା ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ଜୀବନର କିଛି ସ୍ମୃତି ମନେପକାଇ କହିଥିଲେ କି ଅନୁଭବ ଙ୍କ ବ୍ୟବହାର ଅତି କଦର୍ଯ୍ୟ ଥିଲା ,ଏକ ଇଭେଣ୍ଟରେ ବିଦୁସ୍ମିତା ଙ୍କ ସହିତ ଅନୁଭବ ଙ୍କର ଝଗଡା ହେଇଥିଲା ଏବଂ ଅନୁଭବ ତାଙ୍କୁ ମାଡ ମାରିବାକୁ ହାତ ଉଠାଇଥିଲେ ,ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଚାହିଁଥିଲେ କିନ୍ତୁ ବର୍ଷା ଙ୍କ ଅନୁରୋଧ କ୍ରମେ ଏତଲା ଦେଇନଥିଲେ I ଏବେ ନିକଟରେ ଓଟିଭି ସାମ୍ବାଦିକ ଙ୍କୁ ଯେଉଁଭଳି ଜବରଦସ୍ତ କାମେରା ସାମ୍ନା କୁ ଟାଣିଆଣି ତାଳିମାରି ବେଇଜତ କରିଥିଲେ ତାହା ତ ସମସ୍ତେ ଦେଖିଛନ୍ତି ଅବଶ୍ୟ ପରେ ଘଟଣା କୁ ନେଇ ପ୍ରତିବାଦ ହେବାରୁ ବାଧ୍ୟ ହେଇ ଫିଲ୍ମ ଷ୍ଟାଇଲ ରେ କ୍ଷମା ମାଗିଥିଲେ ଅନୁଭବ I

ଏବେ ଚର୍ଚା ହେଉଛି କି ଅନୁଭବ ଙ୍କ ନାମରେ କାହିଁକି ଏମିତି ବିବାଦ ସବୁ ଆସୁଛି ନା ଅନୁଭବ ସତରେ ଦୁର୍ବ୍ୟବହାର କରିଛନ୍ତି !!!

One Comment on “ଅନୁଭବ ଆଉ ଦୁର୍ବ୍ୟବହାର ବିବାଦ ,ଆସନ୍ତୁ ନଜର ପକାଇବା କିଏ ସତ ଅନୁଭବ ନା ଏମାନେ ?”

  1. ମେଷ ରାଶି , ସଚ୍ଚୋଟ ଏବଂ ଅନ୍ୟାୟ କୁ ବରଦାସ୍ତ କରିପାରୁ ନାହାନ୍ତି ଅନୁଭବ ।

Leave a Reply

Your email address will not be published. Required fields are marked *