ବିଜେପି ଜିଲ୍ଲା ସଭାପତି ଙ୍କ ଉପରେ ମରଣାନ୍ତକ ଆକ୍ରମଣ ,ଅଳ୍ପକେ ବର୍ତିଲେ

ବିଜେପି ର ଦଳୀୟ କନ୍ଦଳ ପଦାରେ ପଡିଛି I ଏପରିକି ଜିଲ୍ଲା ସଭାପତି ଙ୍କୁ ଅଫିସ ଭିତରେ ପଶି ମାଡ ମାରିଛନ୍ତି କିଛି ଦୁର୍ବୁର୍ତ ,ତେବେ ଆକ୍ରମଣ ର ଶିକାର ହେଇଥିବା ବିଜେପି ଖୋର୍ଦ୍ଧା ଜିଲା ସଭାପତି ହରେକୃଷ୍ଣ ଖୁଂଟିଆ ସାଂସଦ ଅପରାଜିତା ଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ସୂଚନା ଅନୁଯାଇ ଗତକାଲି ଭୁବନେଶ୍ୱର ଏକାମ୍ର ହାଟ ନିକଟସ୍ଥ ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲାସଭାପତି ହରେକୃଷ୍ଣ ଖୁଂଟିଆ ଥିବାବେଳେ କିଛି ଦୁବୃତ୍ତ ମୁହଁରେ କଳାପଟି ବାନ୍ଧି ଅଚାନକ ତାଙ୍କ ଉପରେ ଆକ୍ରମଣ କରିଥିଲେ I ଆକ୍ରମଣରେ ଅଫିସ କାର୍ଯ୍ୟାଳୟ ଭଙ୍ଗାରୁଜା ହେଇଛି ଏପରିକି ହରେକୃଷ୍ଣ ଙ୍କ ଗୋଡରେ ଆଘାତ ଲାଗିଛି I ତେବେ ଘଟଣାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କର ସମ୍ପୃକ୍ତ ଥିବା ଖୋଲାଖୋଲି ଜିଲ୍ଲାସଭାପତି ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ଆଗରେ I ହରେକୃଷ୍ଣ କହିଛନ୍ତି ଯେ ସାଂସଦ ଙ୍କ କାର୍ଯ୍ୟକଳାପ କୁ ନେଇ ସେ ପୂର୍ବରୁ ବିରୋଧ କରିଥିଲେ ସହିତ ଦଳୀୟ କନ୍ଦଳ ଲାଗିରହିଥିଲା ଏଥିପାଇଁ ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକ ଏପରି ମରଣାନ୍ତଙ୍କ ଆକ୍ରମଣ ଘଟାଇ ତାଙ୍କୁ ଜୀବନରୁ ମାରିଦେବାକୁ ଚାଁହୁଥିଲେ

Iବର୍ତମାନ ସୁଦ୍ଧା ଏନେଇ ଅପରାଜିତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *