ଢେଙ୍କାନାଳ କପିଳାସ ରେ ହେବ ଅତ୍ୟାଧୁନିକ ରୋପ୍‌ଓ୍ବେ ଏଣିକି ରୋପ୍‌ଓ୍ବେ ରେ ଯାଇପାରିବେ ମନ୍ଦିର କୁ

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳ ର କପିଳାସ ରେ ରୋପ୍‌ଓ୍ବେ ହେବାକୁ ସ୍ୱୀକୃତି ମିଳିଛି I ଏଣିକି ଭକ୍ତ ତଥା ପର୍ଯ୍ୟଟକ ମାନେ ରୋପ୍‌ଓ୍ବେ ରେ ମନ୍ଦିର କୁ ଯାଇପାରିବେ I ଢେଙ୍କାନାଳ ରେ ଥିବା କପିଳାସ କୁ କେବଳ ରାଜ୍ୟ ନୁହେଁ ଦେଶ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଆସନ୍ତି I 1352 ପାହାଚ ଚଢି ପ୍ରଭୁ ଚନ୍ଦ୍ରଶେଖର ଙ୍କ ଦର୍ଶନ କରିଥାନ୍ତି ଅନ୍ୟ ଏକ ପଥ ମଧ୍ୟ ରହିଛି ଯାହା ବାରବାଙ୍କ ନାମରେ ନାମିତ I ଏହାସହିତ ରୋପ୍‌ଓ୍ବେ କରିବାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି I ପୂର୍ବରୁ ମଧ୍ୟ
୧୯୯୨ ଏବଂ ୨୦୦୪ରେ ଏଭଳି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ବନବିଭାଗ ଓ ଦେବୋତ୍ତର ବିଭାଗ ମଧ୍ୟରେ ଜାଗା ବିବାଦ ଯୋଗୁ ରୋପ୍‌ଓ୍ବେ ହେଇପାରିନଥିଲା

I ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଏହି ଘଟଣାକୁ ବିଧାନସଭା ରେ ଉଠାଇ କପିଳାସ ରେ ରୋପ୍‌ଓ୍ବେ ନିମନ୍ତେ ଧ୍ୟାନ ଆକର୍ଷଣ କରିଥିଲେ Iପର୍ଯ୍ୟଟନ ବିଭାଗ ଏହାକୁ ସ୍ୱୀକୃତି ଦେଇଥିବା ବେଳେ ତୁରନ୍ତ ଜାଗା ଚିହ୍ନଟ ପାଇଁ ନିର୍ଦେଶ ଦିଆଯାଇଛି I କପିଳାସ ସହିତ ଓଡ଼ିଶାର ଅନ୍ୟ ଚାରୋଟି ପର୍ଯ୍ୟଟନ ସ୍ଥଳୀ ଯଥା ଧଉଳି , ଖୋର୍ଦ୍ଧାର ବରୁଣେଇ,ଏବଂ କେନ୍ଦୁଝରର ଭୀମକୁଣ୍ଡ ରେ ମଧ୍ୟ ରୋପୱେ କରାଯିବା ପାଇଁ ସ୍ୱୀକୃତି ମିଳିଛି I

Leave a Reply

Your email address will not be published. Required fields are marked *