ଯଦିଓ ଆନୁଷ୍ଠାନିକ ଭାବେ ଘୋଷଣା ହେଇନି ତଥାପି ପୁଣି ଦିଲ୍ଲୀରେ ଆପ ସରକାର I ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କେଜ୍ରିୱାଲ I ସବୁ କଳ୍ପନା ଜଳ୍ପନା କୁ ପଛରେ ପକାଇ ବହୁମତ ହାସଲ କରିଛି ଆପ ଆଦମୀ ପାର୍ଟି I 70 ଆସନ ରୁ ବିଜେପି 12 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଖାତା ଖୋଲିପାରିନାହିଁ I କେଜ୍ରିୱାଲ ଙ୍କ ଝାଡୁ ସଫେଇ ରେ ସଫା ହେଇଯାଇଛି ଅନ୍ୟ ଦଳ I ବିଜେପି କୁ ହରାଇ 58ଟି ଆସନ ରେ ଆଗୁଆ ରହିଛି ପୁନର୍ବାର ସଫଳତା ପାଇଛି ଆପ I ସୂଚନା ଥାଉ କି ଆଇଆରଏସ୍ ଚାକିରି ଛାଡ଼ି ଆନ୍ନା ହଜାରେ ଙ୍କ ସହିତ ଆନ୍ଦୋଳନ ରେ ଯୋଗଦେଇଥିବା ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବାସୀଙ୍କ ହୃଦୟ ଜିତି ପାରିଥିଲେ ପ୍ରଥମଥର 2013 ରେ ଆମ ଆଦମୀ ପାର୍ଟି ଗଢି ନିର୍ବାଚନ ଜିତିଥିଲେ ଏବଂ କଂଗ୍ରେସ ସମର୍ଥନ ରେ ସରକାର ଗଢ଼ିଥିଲେ ପରେ ଅବଶ୍ୟ 49ଦିନରେ ସରକାର ଭାଙ୍ଗିଯାଇଥିଲା ଏବଂ ଦ୍ୱିତୀୟଥର ପାଇଁ ପୁଣି ନିର୍ବାଚନ ରେ ବହୁମତ ପାଇଥିଲେ କେଜ୍ରିୱାଲ ଏବଂ ସରକାର ଗଢ଼ିଥିଲେ I ଚଳିତ ନିର୍ବାଚନ ରେ ମଧ୍ୟ କଂଗ୍ରେସ ଏବଂ ବିଜେପି ଚାଣକ୍ୟ ଙ୍କୁ ବହୁ ପଛରେ ପକାଇଦେଇଛନ୍ତି କେଜ୍ରିୱାଲ I ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ରେ ବହୁମତ ହାସଲ କରିଥିବା ବେଳେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି I
ଦିଲ୍ଲୀ ରେ କେଜ୍ରିୱାଲ ଙ୍କ ଝାଡୁ ସଫେଇ ରେ ବିଜେପି ଚାଣକ୍ୟ ଚିତପଟାଙ୍ଗ, ଖାତା ଖୋଲିପାରିଲାନି କଂଗ୍ରେସ
