ବିଶ୍ୱର ୨ୟ ସର୍ବକନିଷ୍ଠ ବିଲିୟନେର ହାସଲ କଲେ ଓଡ଼ିଆ ପୁଅ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ଵାଲ

ବିଶ୍ୱର ଶ୍ରେଷ୍ଠ 10 ଜଣ ଡଲାର ବିଲିୟନେର ଙ୍କ ନାମ ଘୋଷଣା ହେଇଥିବା ବେଳେ ଓଡିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ରିତେଶ I 10ଜଣ ଙ୍କ ମଧ୍ୟରେ ଭାରତର ସର୍ବକନିଷ୍ଠ ଓ ବିଶ୍ୱର ୨ୟ ସର୍ବକନିଷ୍ଠ ଡଲାର ବିଲିୟନେର ହେଇଛନ୍ତି ଓୟୋ ରୁମ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ I ସାରା ବିଶ୍ୱରେ ଖୁବ କମ ସମୟ ମଧ୍ୟରେ ସମସ୍ତଙ୍କ ପ୍ରିୟ ପାଲଟିଥିବା ଓୟୋ ରୁମ ଇତି ମଧ୍ୟରେ ୭,୮୦୦ କୋଟି ଟଙ୍କା ଆୟ କରିପାରିଛି I ଯାହାକି ସାରା ବିଶ୍ୱରେ ଏକ ବିରଳ ରେକର୍ଡ I ଓଡିଶା ଜନ୍ମିତ ରିତେଶଙ୍କୁ ବର୍ତମାନ ମାତ୍ର 26ବର୍ଷ ହେଇଥିବା ବେଳେ ସେ ୨୦୧୩ରେ ଏହି ଓୟୋ ରୁମ ପ୍ରତିଷ୍ଠା କରିଥିଲେ । ଯାହାକି ବହୁ ସଫଳତା ପାଇଛି I ବିଶେଷ କରି ବିଶ୍ୱର ଶ୍ରେଷ୍ଠ 10 ଡଲାର ବିଲିୟନେର ଭିତରେ ଜଣେ ଓଡ଼ିଆ ଭାବରେ ଏହି ରେକର୍ଡ ହାସଲ କରିବାରେ ରିତେଶ ପ୍ରଥମ I

Leave a Reply

Your email address will not be published. Required fields are marked *