ଲକ୍ ଡାଉନ୍ ପାଇଁ ମନ୍ଦିର ଭିତରକୁ ଭକ୍ତ ଙ୍କ ପ୍ରବେଶ ନାହିଁ ତଥାପି ପ୍ରତିଦିନ ଦାନ ହୁଣ୍ଡୀ ରୁ ବାହାରୁଛି ଟଙ୍କା ,କୋଉଠୁ ଆସୁଛି ପଢନ୍ତୁ

Devotees do not have access to the temple for the lock down yet money is coming out of the donation fund every day.

ଖାଁ ଖାଁ ହେଇପଡିଛି ଶ୍ରୀମନ୍ଦିର ,ନା ଅଛି ଗହଳି ନା ଭକ୍ତ ଙ୍କ ସମାଗମ I କରୋନା ମହାମାରୀ ପାଇଁ ସବୁ ରହିଛି I ଲକ ଡାଉନ ରେ ଲୋକେ ଘରୁ ନ ବାହାରିବାକୁ ପ୍ରସାଶନ ତରଫରୁ ନିର୍ଦେଶ ଦିଆଯାଇଛି I ଭକ୍ତ ନାହାନ୍ତି କିନ୍ତୁ କାଳିଆ ସାଆନ୍ତ ର ସକାଳୁ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ପହୁଡ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି ସେମିତି ଚାଲିଛି ଯେମିତି ଆଗରୁ ହୁଏ ପ୍ରତିଦିନ I ସେବାୟତ ପଣ୍ଡାମାନେ ସବୁଦିନ ଗୁହାରି କରୁଛନ୍ତି ହେ ଜଗତର ନାଥ ଜଗନ୍ନାଥ ଏ ମହାମାରୀ ସଙ୍କଟ ରୁ ବିଶ୍ୱକୁ ଉଦ୍ଧାର କର I ତେବେ ଲକ୍ ଡାଉନ୍ ଦିନ ଠାରୁ ଶ୍ରୀମନ୍ଦିର ରେ ଭକ୍ତ ଙ୍କ ଗହଳି ନାହିଁ ସତ କିନ୍ତୁ ହୁଣ୍ଡିରୁ ବନ୍ଦ ହୋଇନି ଦାନ ଅର୍ଥ । ପ୍ରତିଦିନ ଠାକୁର ଙ୍କ ହୁଣ୍ଡିରୁ କିଛି ନା କିଛି ଟଙ୍କା ବାହାରୁଛି I

ଯାହାକି ସମସ୍ତଙ୍କୁ ଚକିତ କରିଛି I ଶ୍ରୀମନ୍ଦିର କୁ ଭକ୍ତ ଙ୍କ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ପ୍ରତିଦିନ ଏକ ହଜାର ରୁ ଆରମ୍ଭ କରି 3ହଜାର ଯାଏଁ ହୁଣ୍ଡୀ ରୁ ଦାନ ଅର୍ଥ ବାହାରୁଛି I ଲକ ଡାଉନ ରୁ ଏପର୍ଯ୍ୟନ୍ତ ପାଖାପାଖି ୨୫ ହଜାର ରୁ ଉର୍ଦ୍ଧ ଟଙ୍କା ହୁଣ୍ଡୀ ରୁ ବାହାରିସାରିଲାଣି I ସେବାୟତମାନେ ପ୍ରତିଦିନ ନିଜେ ହୁଣ୍ଡିରେ ଟଙ୍କା ପକାଉଛନ୍ତି ବିଶ୍ୱର ମଙ୍ଗଳ କାମନା କରି I ଏପରିକି କିଛି ଭକ୍ତ ସେମାନଙ୍କର ମନବାଞ୍ଛା ପୂର୍ଣ୍ଣ ପାଇଁ ବ୍ୟାଙ୍କ ଯୋଗେ ହେଉ କିମ୍ବା ଅନ୍ୟ ମାଧ୍ୟମ ରେ ହୁଣ୍ଡୀ ରେ ପକାଇବାକୁ ନିଜ କୌଳିକ ପଣ୍ଡାଙ୍କ ଦ୍ୱାରା ଟଙ୍କା ପଠାଉଛନ୍ତି ଯାହାକୁ ସେବାୟତ ମାନେ ହୁଣ୍ଡିରେ ପ୍ରତିଦିନ ପକାଉଛନ୍ତି I ଏହା ନିହାତି ଭାବରେ କାଳିଆର ଲୀଳା ,ଏ ବିଶ୍ୱ କୁ ଏ ସଙ୍କଟ ରୁ ଉଦ୍ଧାର କର ମହାପ୍ରଭୁ I ଅଧିକ ଖବର ପାଇଁ ଫେସବୁକ ଆମ ପେଜ୍ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *