ଶୁଭ ଲଗ୍ନ ରେ ଦିନ ସ୍ଥିର ହେଇସାରିଥିଲା ତଥାପି ବିବାହ କୁ କ୍ୟାନସେଲ କରି ଡିଉଟି ରେ ଯୋଗ ଦେଲେ ଏସଆଇ

ବିବାହ ହେଉଛି ମଣିଷ ଜୀବନର ଏକ ସବୁଠୁ ସୁନ୍ଦର ଦିନ I ଏହିଦିନ କୁ ବହୁ ବର୍ଷ ଧରି ଅପେକ୍ଷା କରିଥାଏ ନିଜର ଜୀବନ ସାଥି ପାଇଁ ,ତେବେ ଦେଶର ସେବା ପାଇଁ ନିଜ ବିବାହ କୁ ବରଖାସ୍ତ କରି ଡିଉଟି ରେ ଯୋଗ ଦେଇଛନ୍ତି ଜଣେ ଏସଆଇ I ଯାହା ଏବେ ସବୁ ମହଲ ରେ ଚର୍ଚା ହେଉଛି I ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ଋଷିକେଶର ମୁନିରେଟି ଥାନାରେ ପୋଲିସ୍ ଏସ୍ଆଇ ଭାବେ କାମ କରୁଥିବା ଶାହିଦା ପରଭେନ ଙ୍କର ମାର୍ଚ୍ଚ ମାସରେ ବିବାହ ସ୍ଥିର ହେଇଥିଲା I

ତେଣୁ ସେ ମାର୍ଚ୍ଚ ୨୭ ତାରିଖରେ ଛୁଟି ନେଇ ଘରକୁ ଯାଇଥିଲେ। କିନ୍ତୁ ମାର୍ଚ୍ଚ ୩୧ରେ ଦେଶରେ କରୋନାର ସ୍ଥିତି ଭୟଙ୍କର ରୂପ ନେଇଥିଲା। ତେଣୁ ଶାହିଦା ନିଜ ବିବାହ କୁ ସ୍ଥଗିତ ରଖି ଛୁଟି ବାତିଲ କରି ଡ୍ୟୁଟିରେ ଯୋଗ ଦେଇଥିଲେ। ଶାହିଦା କହିଛନ୍ତି ଯେ ଦେଶ ସେବା କରିବାର ଏହା ହେଉଛି ସମୟ। ଏପରି ସମୟରେ ମୋ ନିଜ ଖୁସି ଅପେକ୍ଷା ଦେଶ ମୋ ଠାରୁ ବହୁତ କିଛି ଆଶା ରଖିଛି I ମୋ ବିବାହ ପାଇଁ ଛୁଟି ନେବା ଗ୍ରହଣୀୟ ନୁହେଁ। ଶାହିଦାଙ୍କ ଏଭଳି ନିଷ୍ପତ୍ତିରେ ପୂରା ପୋଲିସ୍ ବିଭାଗ ତାଙ୍କୁ ପ୍ରଶଂସା କରିଛନ୍ତି। ଉତ୍ତରାଖଣ୍ଡ ପୋଲିସ ଶାହିଦା ଙ୍କ କର୍ତ୍ତବ୍ୟ କୁ ସନମାନ ଜଣାଇ ଏକ ଟ୍ୱିଟ କରି ପ୍ରସଂଶା କରିଛି I ଅଧିକ ଖବର ପାଇଁ ଫେସବୁକ ଆମ ପେଜ୍ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *