କରୋନା ସହାୟତା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିକୁ ୧୦କୋଟି ଦେଲା ସତସଙ୍ଗ

କରୋନା ମହାମାରୀ କୁ ରୋକିବାକୁ ସବୁଆଡୁ ସାହାଯ୍ୟ ର ହାତ ଛୁଟୁଥିବା ବେଳେ ସତସଙ୍ଗ ମଧ୍ୟ ସହାୟତା ର ହାତ ବଢ଼ାଇଛି I ଦେଶର ଏହି ବିପଦ ସମୟରେ ସତସଙ୍ଗର ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଶ୍ରୀଶ୍ରୀଦାଦା ଦେଶର ସ୍ୱାର୍ଥ ପାଇଁ ସହାୟତା ର ହାତ ବଢ଼ାଇ କୋଭିଡ୍‌-୧୯ ମୁକାବିଲା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିକୁ ୧୦ କୋଟି ପ୍ରଦାନ କରିଛନ୍ତି I ଏନେଇ ଝାଡ଼ଖଣ୍ଡର ମୁଖ୍ୟ ସତସଙ୍ଗ ଆଶ୍ରମର ସେକ୍ରେଟାରୀ କହିଛନ୍ତି କି ଦେଶର ଏଭଳି ବିପତ୍ତି ସମୟରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ଏବଂ ସତସଙ୍ଗୀମାନେ ସମସ୍ତେ ଆଗକୁ ଆସିଛନ୍ତି ଏବଂ ଯଥାସାଧ୍ୟ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି I

ସମସ୍ତଙ୍କର ମିଳିତ ପ୍ରୟାସ କୁ ଦେଶର ସେବା ପାଇଁ ଦାନ କରାଯାଉଛି ଏହାସହିତ ସମସ୍ତେ ମିଳିମିଶି ଲୋକଙ୍କୁ ସଚେତନ କରିବେ କିଭଳି ସାଧାରଣ ଲୋକମାନେ ସଚେତନ ହେବା ସହିତ ସୁରକ୍ଷିତ ରହିବେ Iଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ

Leave a Reply

Your email address will not be published. Required fields are marked *