3ବର୍ଷର ଝିଅ କୁ ଛାଡି ହସ୍ପିଟାଲ ରେ ସେବା କରୁଛନ୍ତି ନର୍ସ ମା ୧୫ଦିନ ପରେ ଯେବେ ଝିଅ କୁ ଦେଖିଲେ

ସାରା ବିଶ୍ୱ କୁ ଏବେ କରୋନା ଦୋହଲାଇ ଦେଇଥିବା ବେଳେ କର୍ଣ୍ଣାଟକ ର ଭିଡିଓ ସାମ୍ନା କୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି I ଜଣେ ମା ତା ଝିଅକୁ ପାଖରେ ପାଇ ମଧ୍ୟ ଧରିପାରୁନାହିଁ ଖାଲି ଯାହା ଆଖିରେ ଲୁହ ଝରିଯାଉଛି I ସୂଚନା ଅନୁଯାୟୀ କର୍ଣ୍ଣାଟକର ଜଣେ ନର୍ସ ସୁଗନ୍ଧା ବେଲଗମରେ ଥିବା ଡାକ୍ତରଖାନାରେ କୋଭିଡ-୧୯ ବିଚ୍ଛିନ୍ନତା ୱାର୍ଡରେ ଦାୟିତ୍ୱ ରେ ଅଛନ୍ତି I 15ହେବ ଘରକୁ ଯାଇନାହାନ୍ତି I ଘରେ ଛୋଟ 3ବର୍ଷର ଝିଅ ଥିଲେ ବି ଦେଶର ସ୍ୱାର୍ଥ କୁ ପ୍ରାଥମିକତା ଦେଇଛନ୍ତି ସୁଗନ୍ଧା I

ତେବେ ମା ସିନା ଦେଶ ସେବା କରୁଛି ଛୋଟ ଝିଅ ଟି କୋଉ ବୁଝୁଛି ,କାନ୍ଦି କାନ୍ଦି ନୟାନ୍ତ ହେବାରୁ ଘର ଲୋକେ ମା କୁ ଟିକେ ଦେଖା କରେଇବାକୁ ହସ୍ପିଟାଲ ବାହାରକୁ ଆଣିଥିଲେ I ମା ଝିଅ କୁ ଦେଖି କେବଳ ଆଖିରେ ଲୁହ ଝରାଉଥିଲେ ଇଛା ହେଉଥିଲା ଦୋଉଡିଯାଇ କୋଳେଇ ନେବାକୁ 15ଦିନର ସାଇତା ଥିବା ମମତା କୁ ଅଜାଡି ଦେବାକୁ କିନ୍ତୁ ସେ ନିରୁପାୟ ,କେବଳ ଦୂରରୁ ହିଁ ଅନୁଭବ କରୁଥିଲେ ଝିଅ ର ଭଲପାଇବା କୁ I ଉପସ୍ଥିତ ଲୋକଙ୍କ ଆଖିରେ ମଧ୍ୟ ଲୁହ ଝରି ଆସିଥିଲା ମା ର ବେଦନା ପାଖରେ I ଏନେଇ ଭିଡିଓ ଭାଇରାଲ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ନର୍ସଙ୍କ ସହ ଫୋନ ଯୋଗେ କଥା ହେଇଥିଲେ ଏବଂ ପ୍ରସଂଶା କରିଥିଲେ I ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ

Leave a Reply

Your email address will not be published. Required fields are marked *