ପେଟରେ ୮ ମାସର ଶିଶୁ କୁ ଧରି ଡିଉଟି କରୁଛନ୍ତି ମୟୁରଭଞ୍ଜ ର ମହିଳା ପୋଲିସ

ହୁ ହୁ ହେଇ ମାଡି ଚାଲିଥିବା କରୋନା କୁ ରୋକିବାକୁ ସମସ୍ତେ ସାମର୍ଥ୍ୟ କ୍ରମେ ଚେଷ୍ଟିତ , କରୋନା ର ଲଢେଇ ରେ ସମସ୍ତ ଯୋଦ୍ଧା ମାନଙ୍କୁ ନମସ୍କାର ତେବେ ମୟୁରଭଞ୍ଜ ରୁ ଆସିଛି ଏମିତି ଏକ ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବାଧ୍ୟ ହେବେ କହିବାକୁ ହେ ଯୋଦ୍ଧା ତୁମକୁ ନମସ୍କାର I ପେଟରେ ୮ ମାସର ଗର୍ଭ ବଢୁଛି ,ଆଉ କିଛି ଦିନ ପରେ ବାହାରକୁ ଆସିବାକୁ ବ୍ୟଗ୍ର ପେଟ ଭିତର ଶିଶୁ ଟି କିନ୍ତୁ ଏ ପରିସ୍ଥିତି ନିଜ ପେଟ ଭିତରେ ଥିବା ସନ୍ତାନ କୁ ବିଶ୍ରାମ ଦେବା ପରିବର୍ତେ ପ୍ରଥମେ କର୍ତବ୍ୟ କୁ ବାଛିଛନ୍ତି ଜଣେ ମହିଳା ପୋଲିସ ଏସଆଇ I

କାହିଁକିନା ସେ ଜାଣିଛନ୍ତି ଏ ସମୟରେ ରାଜ୍ୟ ତାଙ୍କ ଠାରୁ ବହୁତ କିଛି ପାଇବାର ଆଶା ରଖିଛି ,ସେଥିପାଇଁ ଏ ସମୟ ରେ ସେ ଛୁଟି ନନେଇ ଡିଉଟି ରେ ଯୋଗ ଦେଇଛନ୍ତି Iବର୍ତମାନ ସେ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନାର ଏସଆଇ ଭାବରେ କାର୍ଯ୍ୟ କରୁଛନ୍ତି I ତାଙ୍କ ନାମ ମମତା ମିଶ୍ର I ଗତକାଲି ମୟୂରଭଞ୍ଜ ଯାଇଥିବା ସମୟରେ ଡିଜିପି ମମତା ଙ୍କୁ ଦେଖି ବିସ୍ମିତ ହେଇଯାଇଥିଲେ ଆମ ରାଜ୍ୟରେ ଏଭଳି ଯେ ଯୋଦ୍ଧା ଅଛନ୍ତି ସେ ଭାବି ପାରିନଥିଲେ ଏନେଇ ନିଜେ ଟ୍ୱିଟ କରି ପ୍ରସଂଶା କରିଛନ୍ତି ମମତା ଙ୍କୁ Iଏହାସହିତ ଡିଜି ସୂଚନା ଦେଇଛନ୍ତି ଯେ ତାଙ୍କ ବର୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ଯୋଗୁଁ ବାହାର ଡ୍ୟୁଟି ଦିଆଯାଇନାହିଁ କେବଳ ଥାନାର କାର୍ଯ୍ୟ ସେ ଦେଖୁଛନ୍ତି I ତେବେ ମୟୁରଭଞ୍ଜ ର ମହିଳା ପୋଲିସ ସମସ୍ତଙ୍କ ମନ ଯିଣିନେଲେ I ଅଧିକ ଖବର ପାଇଁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *