ଆଜି ପୃଥିବୀ ଦିବସ ,ମାଡି ଆସୁଛି ବିପଦ

ଆଜି ପୃଥିବୀ ଦିବସ ।ଆମ ସୌରଜଗତରେ ପୃଥିବୀ ହିଂଁ ଏକମାତ୍ର ସ୍ଥାନ ଯେଉଂଁଠି ଜୀବନ ସମ୍ଭବ ହୋଇଛି ।ମହାଶୂନ୍ୟ ରେ ଘୁରି ବୁଲୁଥିବା ଆମ ର ଏକମାତ୍ର ବାସ ସ୍ଥଳୀ ପୃଥିବୀ ପ୍ରାକୃତିକ ଉପାୟରେ ରାସୟନିକ ପରିବର୍ତ୍ତନ ହୋଇ ସୃଷ୍ଟି ହୋଇଛି।ଏଠାରେ ବସବାସ କରିବାର ପୁର୍ଣ୍ଣାଙ୍ଗ ଅବସ୍ଥା ଆସିବାକୁ ଅନେକ ଅନେକ ବର୍ଷ ଲାଗିଛି । ଗୋଡି ମାଟି ବଣ ପାହାଡ ନଦୀ ଝରଣା ସାଗର ପବନ ଆକାଶ କୀଟ ପତଙ୍ଗ ପଶୁପକ୍ଷୀ ଙ୍କ ସହ ବୋଧହୁଏ ସୃଷ୍ଟିର ଶେଷ ଓ ଶ୍ରେଷ୍ଠ ଜୀବ ମଣିଷ କୁ ନେଇ ଆମ ପୃଥିବୀ ଚଳଚଂଚଳ। ଆମ ସଭିଂଁଙ୍କ ପାଇଂଁ ପୃଥିବୀ ହିଂଁ ଏକମାତ୍ର ବାସସ୍ଥାନ।ତେଣୁ କୁହାଯାଏ “ସ୍ବର୍ଗାଦପୀ ଗରୀୟସୀ ଜନନୀ ମା ଧରିତ୍ରୀ ” କିନ୍ତୁ ଯାହାର ସଂପଦ କୁ ନେଇ ମଣିଷ ନିଜର ବୁଦ୍ଧି ଦ୍ବାରା ନିଜକୁ ସୁଖ ଓ ସୁବିଧା ଓ ଆରାମରେ ରେ ବଂଚିବା ପାଇଂଁ କାହିଂଁ କେତେ ଦିନରୁ ବିଜ୍ଞାନ ଓ ବୁଦ୍ଧି ଦ୍ବାରା ଧରିତ୍ରୀ ମାତା ର ସୌନ୍ଦର୍ଯ୍ୟ ଓ କଳେବର କୁ ନଷ୍ଟ କରିଚାଲିଛି।

ଆମ ପୃଥିବୀର ପରିବେଶ ସମସ୍ତଙ୍କ ଦେହ କୁ ପ୍ରତି ମୁହୁର୍ତ୍ତ ରେ ଛୁଉଂଁଛି ଏବଂ ତାରି ଭିତରେ ଆମେ ଚାଲୁଥିଲେହେଂଁ ସତେ ଯେପରି ଆମେ ନିଜ ଶକ୍ତିଦ୍ବାରା ଚଳୁଛେ ଏହା ଚିନ୍ତା କରି ପରିବେଶକୁ ନଷ୍ଟ କରିଚାଲିଛେ।ଯାହାର ପ୍ରଭାବ ଆଜି ସାରା ବିଶ୍ବ ଅନୁଭବ କରୁଛି ।ପରିବେଶ ,ଜଳ,ଆମେ ଅହରହ ପ୍ରଶ୍ବାସ ରେ ନେଉଥିବା ଅମ୍ଳଜାନ ଓ ଉପଯୁକ୍ତ ମୃତ୍ତିକାର ମୁଖ୍ୟ ଉତ୍ସ ହେଉଛି ଆମ ପୃଥିବୀ ଧାରଣ କରିଥିବା ବିଶାଳ ବୃକ୍ଷରାଜି ଓ ସମୁଦ୍ର।କିନ୍ତୁ ପରିତାପ ର ବିଷୟ ଆମର ବିକାଶ ନାମରେ ବ୍ୟାପକ ଜଙ୍ଗଲ ଧ୍ବଂସ ହେବା ଫଳରେ ଆଜି ଉପଯୁକ୍ତ ଜଳବାୟୁ ନାହିଂଁ ।ସମୁଦ୍ର ଜଳ ଆଜି ପ୍ଲାଷ୍ଟିକ ମୟ କଳକାରଖାନ ର ଆବର୍ଜନା ରେ ଭର୍ତ୍ତି।ଏଣୁ ଆଜିର ଏହି ଧରିତ୍ରୀ ଦିବସ ଅବସର ରେ ଆମେ ଶପଥ ନେବା ନିଜ ନିଜ ଅଂଚଳରେ ବ୍ୟାପକ ବୃକ୍ଷରୋପଣ କରିବା,ପ୍ଲାଷ୍ଟିକ ପଲିଥିନ ବ୍ୟବହାର କମ କରିବା ,ପ୍ରଦୂଷଣ କମାଇବା ,ସ୍ବଚ୍ଛତା ରକ୍ଷା କରିବା।

ଏ ଧରିତ୍ରୀ କେବଳ ମଣିଷ ଙ୍କର ନୁହେଂଁ ,ସବୁ ପଶୁ ପକ୍ଷୀ ମାନଙ୍କର ସମାନ ଅଧିକାର ରହିଛି।ମଣିଷ ବିନା ପୃଥିବୀ ରେ ସବୁ ଜୀବ ଜନ୍ତୁ ପକ୍ଷୀ ମାନଙ୍କର ବଂଚିବାରେ କିଛି ବି ଅସୁବିଧା ହେବନି ।କିନ୍ତୁ ମଣିଷ ସେମାନଙ୍କ ବିନା ଏ ପୃଥିବୀରେ ବେଶି ଦିନ ତିଷ୍ଠି ରହିପାରିନି ।ପରିବେଶ ନଷ୍ଟ ହେବା ,ଜଳ କଷ୍ଟ ବ୍ୟାପକ ହେବା,ପବନ ର ଅଭାବ ସହ ଦିଲ୍ଲୀ ପରି ଅନେକ ଅଂଚଳରେ ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟ ହେବା କଥା କହିଲେ ଏବେ ବି ଅନେକ ଯୁବ ଗୋଷ୍ଠି ବା ଜନ ସାଧାରଣ ହସ ରେ ଉଡାଇ ଦେବା ସହ ଏ ସୃଷ୍ଟି ତାଙ୍କ ପାଇଂଁ ଖୁବ ଉପଭୋଗ୍ୟ ବୋଲି ଭାବୁଛନ୍ତି । ଏଣୁ ଏସବୁ ଜାଣି ବୁଝି ନିରବ ନରହି ଚେଷ୍ଟା ଜାରି ରଖିବା ଜରୁରୀ।ପୁର୍ବ ପରି ଜଳବାୟୁ କୁ ବିଶୁଦ୍ଧ କରି ପୁନଂଃ ବାସୋପଯୋଗୀ ନିମିତ୍ତ ପୃଥିବୀ କୁ ଏକ ଉତ୍ତମ ସ୍ଥାନରେ ପରିଣତ କରାଯାଇ ପାରିବ।ଆମ ଭବିଷ୍ୟତ ପିଢୀକୁ ଏକ ସ୍ବଚ୍ଛ ସବୁଜ ସୁନ୍ଦର ବାସୋପଯୋଗୀ ପୃଥିବୀ ଦେଇପାରିବା। ଉପସ୍ଥାପନା :ଜ୍ଞାନ ରଞନ ,କଟକ

Leave a Reply

Your email address will not be published. Required fields are marked *