ବିବାଦରେ କୁନା ତ୍ରିପାଠୀ ଦିବଙ୍ଗତ ବିଧାୟକଙ୍କୁ କହିଲେ ପୋଡ଼ା ଟ୍ରାନ୍ସଫର୍ମର

ଜୋର ଧରିଛି ବାଲେଶ୍ୱର ଉପ ନିର୍ବାଚନ I ପ୍ରଚାର ସମୟରେ ବିଜେଡି ନେତା ମାନବିକତା ଭୁଲି
ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତ ଙ୍କୁ ଅପମାନିତ କରୁଥିବା ବିଜେପି ଅଭିଯୋଗ ଆଣିଛି I ନିକଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକ ଙ୍କ ମୃତ୍ୟୁ ବିଜେଡି ପାଇଁ ଏକ ସୁଯୋଗ ଆଣିଛି କହି ବିବାଦୀୟ ହେବାପରେ ଶେଷରେ ଦୁଃଖ ପ୍ରକାଶ କରିଥିଲେ I ଏବେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ରହିଛନ୍ତି କୁନା ତ୍ରିପାଠୀ I ଏକ ସଭାରେ ଦିବଙ୍ଗତ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ନାଁ ନନେଇ କଟାକ୍ଷ ରେ କୁନା ତ୍ରିପାଠୀ ପୋଡା ଟ୍ରାନ୍ସଫର୍ମର କହିଥିଲେ I ଯାହାକୁ ନେଇ ଚର୍ଚା ଚାଲିଛି I କୁନା କହିଥିଲେ କି କିଛିଦିନ ପାଇଁ ଏଠାରେ ଏକ ପୋଡ଼ା ଟ୍ରାନ୍ସଫର୍ମର ବସିଥିଲା ଯାହାକି ଭଲରେ କାମ କରୁନଥିଲା ବୋଲି ଲୋକେ କହୁଛନ୍ତି ,ଏବେ ନବୀନ ବାବୁ ନୂଆ ଟ୍ରାନ୍ସଫର୍ମର ସ୍ୱରୂପ ଙ୍କୁ ବସାଇଛନ୍ତି I

ତାଙ୍କୁ ବହୁପରିମାଣରେ ଭୋଟ ଦେଇ ଜିତାନ୍ତୁ।”ଏହାକୁ ନେଇ ଏବେ ବିଜେପି ପକ୍ଷରୁ ଜୋରଦାର ସମାଲୋଚନା କରାଯାଉଛି ,ଜଣେ ବିଧାୟକ ସ୍ବର୍ଗତ ହେଇ ସାରିଥିବା ବେଳେ ତାଙ୍କୁ ନେଇ ଏଭଳି ମନ୍ତବ୍ୟ ବିଜେଡି ର ହୀନ ରାଜନୀତି ବୋଲି ବିଜେପି କ୍ଷୋଭ ପ୍ରକାଶ କରିଛି I କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏନେଇ କହିଛନ୍ତି ଯେ ସ୍ବର୍ଗତ ବିଧାୟକ ଜଣେ ଅତି ଲୋକପ୍ରିୟ ନେତା ଥିଲେ ଯେଉଁଥିପାଇଁ ବିଜେଡି ଠାରୁ ବହୁ ପରିମାଣରେ ଭୋଟ ବ୍ୟବଧାନ ରେ ବିଜୟୀ ହେଇଥିଲେ Iସବୁବେଳେ ସୁଖଦୁଃଖ ରେ ଠିଆ ହେଇଛନ୍ତି , ଆଜିବି ସେ ଲୋକଙ୍କ ହୃଦୟ ରେ ଅଛନ୍ତି ,କୁନା ଙ୍କ ଏଭଳି ହୀନ ମନ୍ତବ୍ୟ ତଥା ଅରୁଚିକର ବୟାନ ନିନ୍ଦନୀୟ I

ସୂଚନା ଥାଉ କି ୨୦୧୯ ସାଧାରଣ ନିର୍ବାଚନରେ ସେତେବେଳ ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହି ସମାଲୋଚନାର ଶିକାର ହେଇଥିଲେ I ବିଜେଡି ପକ୍ଷରୁ ଅମିତ ଶାହା ଙ୍କ ଏଭଳି ବୟାନ କୁ ନିନ୍ଦା କରାଯାଇଥିଲା ,ସେହି ବିଜେଡି ଦଳ ନେତା ପୁଣିଥରେ ବିଜେପି ନେତା ଙ୍କୁ ପୋଡା ଟ୍ରାନ୍ସଫର୍ମର କହି ଚର୍ଚା ରେ ଅଛନ୍ତି I

Leave a Reply

Your email address will not be published. Required fields are marked *