ଲାଗୁ ହେଲା ନୂଆ ନିୟମ, ଭଲ କାମ କଲେ ପଦନ୍ନୋତି, ଠକିଲେ ବିଦା ହେବେ ସରକାରୀ କର୍ମଚାରୀ

ଏଥର ଠକିଲେ ପଡିବ ମହଙ୍ଗା I ସାବାଡ଼ ହେବେ ଠକ କର୍ମଚାରୀ I ଆଉ ଠକି ଗୁଲିଖଟି କରି ଟାଇମ ପାସ କରିପାରିବେନି ସରକାରୀ କର୍ମଚାରୀ I ଲାଗୁ ହେବାକୁ ଯାଉଛି ନୂଆ ନିୟମ I ଏଥର ଯେଉଁ ସରକାରୀ କର୍ମଚାରୀ ଠକିବେ ସେମାନଙ୍କୁ ଚାକିରୀ ରୁ ବିଦା କରାଯିବ, ବାଧ୍ୟତାମୂଳକ ଭାବେ ଅବସର ଦିଆଯିବ I ଆଉ ଭଲ କାମ କରୁଥିବା ସରକାରୀ କର୍ମଚାରୀ ଙ୍କୁ ପ୍ରୋତ୍ସାହିତ କରାଯାଇ ପଦୋନ୍ନତି ଦିଆଯିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ସବୁ ବିଭାଗକୁ ଚିଠି ଜାରି କରାଯାଇଛି I ୫-ଟି ଦ୍ୱାରା ଏହି ପ୍ରକ୍ରିୟାକୁ କଡାକଡି ଯାଞ୍ଚ କରାଯିବ I

ଦିଆଯାଇଥିବା ଚିଠି ଅନୁଯାୟୀ ଆଗାମୀ ନଭେମ୍ବର ୩୦ ମଧ୍ୟରେ ସମସ୍ତ ଜିଲ୍ଲାପାଳ, ନିର୍ଦ୍ଦେଶାଳୟରୁ ତାଲିକା ଦିଆଯିବ, ଡିସେମ୍ବର ୧୫ ମଧ୍ୟରେ ଫାଇନାଲ ରିପୋର୍ଟ ପ୍ରସ୍ତୁତି କରାଯିବ , କେଉଁ କର୍ମଚାରୀ ଙ୍କୁ ଆଗୁଆ ଅବସର ଦିଆଯିବ ,କେଉଁମାନଙ୍କୁ ପଦୋନ୍ନତି,କେଉଁମାନଙ୍କର ପଦୋନ୍ନତି ସ୍ଥଗିତ ରଖାଯିବ ଏନେଇ ବୈଠକ ବସାଯାଇ ନିଷ୍ପତି ନିଆଯିବ I

ଭଲ କାମ କରୁଥିବା ସରକାରୀ କର୍ମଚାରୀ ଙ୍କ ପାଇଁ ଏହା ଫାଇଦା ହେବାକୁ ଥିବାବେଳେ ଠକ ଅପାରଗ କର୍ମଚାରୀ ଙ୍କ ପାଇଁ ଅଡୁଆ I ଯେଉଁ କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବ ,ଠକୁଥିବା ଅଭିଯୋଗ ଆସିବ ,ସେସବୁ କୁ ଗୁରୁତର ଭାବେ ନିଆଯାଇ ଯାଞ୍ଚ କରାଯିବ ସତ ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ,ଆଗୁଆ ଚାକିରୀ ରୁ ବିଦା କରାଯିବ I

Leave a Reply

Your email address will not be published. Required fields are marked *