ଓଟିଭି ସିଏଫଓ ଙ୍କୁ ଘରୁ ଉଠାଇନେଇ ଗିରଫ କଲା କ୍ରାଇମବ୍ରାଞ୍ଚ ,ୟା ପରେ ଜଗି ?

OTV ର ମୁଖ୍ୟ ଫାଇନାନ୍ସ ଅଫିସର ମନୋରଂଜନ ସରଙ୍ଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସାରୁଅ ଜମି କିଣାବିକା ମାମଲାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ମନୋରଞ୍ଜନ ଙ୍କ ନାମରେ ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି, କ୍ୟୁ) SC/ST ଲଗାଯାଇଛି I

ସୂଚନା ଥାଉ କି ସାରୁଅରେ ଓଟିଭିର ଜମି କିଣା କୁ ନେଇ ରବୀନ୍ଦ୍ର କୁମାର ସେଠୀ ଅଭିଯୋଗ କରିଥିଲେ `କି ହାଲୁରୀ ପାହାଡ଼ସିଂଙ୍କଠାରୁ ଓଡ଼ିଶା ଇନ୍‌ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି କିଣିଥିଲା ରବୀନ୍ଦ୍ର ଙ୍କ ମାଧ୍ୟମ ରେ I ପରେ ଏନେଇ ଖୋଳତାଡ ଚାଲିଥିବା ବେଳେ ,ଓଟିଭି ସେଠାରେ ଗ୍ରାମବାସୀ ଙ୍କୁ ଡରାଇ ଧମକାଇ ଜମି କୁ ଛାଡୁନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ I ଓଟିଭି ର ପାଚେରୀ ଭଙ୍ଗାଯାଇଥିଲା I ଘଟଣା କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଥିଲା I କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଓଟିଭି ସିଏଫଓ ସରଙ୍ଗୀ ଙ୍କୁ ଅଫିସ ରେ ପଚରା ଉଚରା କରାଯାଇଥିବା ବେଳେ ଆଜି ସକାଳୁ ତାଙ୍କୁ ଘରୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ I ଏବେ ୟାକୁ ନେଇ ଏବେ ଜୋରଦାର ଚର୍ଚା ଚାଲିଛି ,ରାଜ୍ୟ ରାଜନୀତି ରେ ହଟଚମଟ ସୃଷ୍ଟି ହେଇଚି I ଏପଟେ ସୋସିଆଲ ମିଡିଆରେ ଚର୍ଚା ଚାଲିଛି କଳେବଳେ କୌଶଳେ ଓଟିଭି କୁ ବନ୍ଦ କରିବାକୁ ୟା ପରେ ଏବେ ମୁଖ୍ୟ ଏମଡି ଜଗି ଙ୍କୁ ବି ଗିରଫ କରାଯାଇପାରେ I

Leave a Reply

Your email address will not be published. Required fields are marked *