ବିଜେଡି ଛାତ୍ର ଜନତା ଦଳ ମହାସଚିବ ଇପ୍ସିତାଙ୍କ ନାମରେ ବଟି ମାଗୁଥିବାର ସଙ୍ଗୀନ ଅଭିଯୋଗ

ନିକଟରେ ବିଜେଡି ମିଡ଼ିଆ ପେନାଲିଷ୍ଟ ନାମ ଘୋଷଣା କରିଥିବା ବେଳେ ଏହି ତାଲିକା ରେ ସ୍ଥାନ ପାଇଛନ୍ତି ବିଜେଡି ଛାତ୍ର ଜନତା ଦଳ ର ମହାସଚିବ ଇପ୍ସିତା ସାହୁ I ତେବେ ଇପ୍ସିତା ଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ I ଗଣମାଧ୍ୟମ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇପ୍ସିତା ବଟି ମାଗୁଥିଲେ ଇପ୍ସିତା ଙ୍କ ପାଇଁ ଜଣେ ଅଙ୍ଗନବାଡି ଦିଦି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି I ସୂଚନା ଅନୁଯାୟୀ  ଭୁବନେଶ୍ୱର 35 ନମ୍ବର ୱାର୍ଡ ଅଙ୍ଗନବାଡି ଦିଦି ଆରତୀ ମହାପାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ I ନିଦ ବଟିକା ଖାଇବା ସହିତ ନିଜ ଶାଢୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ I ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଏବଂ ସେ ଚିକିତ୍ସା ହେଉଛନ୍ତି I ତେବେ ଆରତୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ତାହା ପୁଣି ଛାତ୍ର ଜନତା ଦଳ ମହାସଚିବ ଇପ୍ସିତା ଙ୍କ ନାମରେ I

https://www.youtube.com/watch?v=DnyTB0LkuhY

ଆରତୀଙ୍କ ଅଭିଯୋଗ ଅନୁଯାୟୀ  ଇପ୍ସିତା ତାଙ୍କୁ ଟଙ୍କା ମାଗି ହଇରାଣ କରୁଥିଲେ ,ପ୍ରତି ମାସରେ 10ହଜାର ଟଙ୍କା ଏବଂ ଅଣ୍ଡା ପେଟିଏ ମାଗୁଥିଲେ I ଦେଇନପାରିଲେ ଚାକିରୀ ରୁ କାଢି ଦେବାକୁ ଧମକାଉଥିଲେ I ଏନେଇ ଆରତୀ ଙ୍କ ସ୍ୱାମୀ ଖାରବେଳ ନଗର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି I ତେବେ ଘଟଣାରେ ଏଯାଏଁ ମୁଁହ ଖୋଲିନାହାନ୍ତି ଇପ୍ସିତା ସାହୁ I ଅଧିକ ଖବର ପାଇଁ ଆମ ସହିତ ଯୋଡି ହେଇ ରହିଥାନ୍ତୁ I ଲାଇକ ଏବଂ ଶେୟାର କରିବାକୁ ଭୁଲିବେନି I

Leave a Reply

Your email address will not be published. Required fields are marked *