ଅରୁଣ ବୋଥ୍ରାଙ୍କୁ ପ୍ରମୋସନ, ଅତିରିକ୍ତ ପୋଲିସ ମହାନିର୍ଦେଶକ

SIT ମୁଖ୍ୟ ଅରୁଣ ବୋଥ୍ରା ଙ୍କୁ ପ୍ରମୋସନ ମିଳିଛି I ରାଜ୍ୟ ସରକାର ଙ୍କ ତରଫରୁ ତାଙ୍କୁ ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ କରାଯାଇଛି I ଏବେ ଅରୁଣ ହେଲେ ଅତିରିକ୍ତ ପୋଲିସ ମହାନିର୍ଦେଶକ I ସୂଚନା ଥାଉ କି ନୟାଗଡ ପରୀ ଘଟଣାରେ ସବୁଠୁ ଅଧିକ ଚର୍ଚା ରେ ଥିଲେ ଅରୁଣ ବୋଥ୍ରା ଏବେ ବି ତାଙ୍କ ତଦନ୍ତ କୁ ନେଇ ସନ୍ଦେହ ଦେଖାଯାଇଛି I ପରୀ ଘଟଣାରେ ସରୋଜ କୁ ଗିରଫ କରାଯାଇଥିବା ବେଳେ ପରୀ ପରିବାର ଏବଂ ସରୋଜ ପରିବାର ଏହାକୁ ଗ୍ରହଣ କରି ପାରିନାହାନ୍ତି I ଅରୁଣ ବୋଥ୍ରା ଙ୍କ ତଦନ୍ତ କୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏବେ ଅରୁଣ ଙ୍କୁ ପ୍ରମୋସନ ମିଳିଛି I

ଚର୍ଚା ହେଉଛି ପରୀ ଘଟଣାରେ ରାଜ୍ୟ ସରକାର ଙ୍କୁ ବିରୋଧୀ ନାକେଦମ କରିଥିବା ବେଳେ ଅରୁଣ ବୋଥ୍ରା 15 ଦିନ ସମୟ ନେଇ ଅଭିଯୁକ୍ତ କୁ ଗିରଫ କରିଥିଲେ I ତେବେ ଅରୁଣ ବୋଥ୍ରା ପୂର୍ବରୁ ବହୁ ଚର୍ଚିତ ପାଟଣା ବିସ୍ପୋରଣ ର ମାଷ୍ଟର ମାଇଣ୍ଡ ପୁଞ୍ଜି କୁ ମାତ୍ର ଗୋଟିଏ ଇଂରାଜୀ ଶବ୍ଧ ର ସୁରାକ ରୁ ଧରିଥିଲେ ଏବଂ ଭଣ୍ଡ ସାରଥୀ କୁ ଗିରଫ କରିବାକୁ ସମସ୍ତେ ଭୟ କରୁଥିବା ବେଳେ ନିଜେ ଅରୁଣ ନିଜେ ତାକୁ ବାନ୍ଧିଥିଲେ I

ସୂଚନା ଥାଉ କି ଅରୁଣ ହେଉଛନ୍ତି ୧୯୯୬ ବ୍ୟାଚର ଆଇପିଏସ I ପୂର୍ବରୁ କ୍ରାଇମବ୍ରାଞ୍ଚ ଆଇଜି ଥିଲେ I ସେ ସିବିଆଇ ଡିଆଜି ଭାବେ ୫ ବର୍ଷର କ୍ୟାରିୟର ଭିତରେ ଅନେକ ବଡ ବଡ଼ ଘଟଣାର ପର୍ଦ୍ଦାଫାସ କରିଛନ୍ତି Iତେବେ ଆପଣଙ୍କ ମତାମତ ଦେବାକୁ ଭୁଲିବେନି I ଅଧିକ ଖବର ପାଇଁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *