ସମସ୍ତ ଦୁଃଖ ଦୂର କରିଥାଏ ଲଙ୍କା ଏବଂ ଲେମ୍ବୁ ମାଳ
ସାଧାରଣତଃ ଦୋକାନ ରେ ଆପଣ ଲେମ୍ବୁ ଲଙ୍କା ଟଙ୍ଗା ଯାଇଥିବାର ଦେଖିଥିବେ I ବିଶ୍ୱାସ ରହିଛି ଏପରି କରିବା ଦ୍ୱାରା ବ୍ୟବସାୟରେ ଲାଭ ହେଇଥାଏ ଏବଂ ସମସ୍ତ ଖରାପ ପ୍ରଭାବ ଦୂର ହେଇଥାଏ I ତେବେ ଵାସୁଶାସ୍ତ୍ର ରେ ଏହାର ଚମତ୍କାରିତା କଥା ଉଲ୍ଲେଖ ରହିଛି I ଘର ଦ୍ୱାରରେ ଯଦି ଏହାକୁ ଟଙ୍ଗାଇ ଦିଆଯାଏ ତେବେ ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ I ଘରେ ସୁଖ ଶାନ୍ତି ସମୃଦ୍ଧି ଏବଂ ବ୍ୟବସାୟରେ ଲାଭ ହେଇଥାଏ I ଯଦି ସନ୍ତାନ ର ବିବାହ ରେ ବିଳମ୍ବ ହେଉଥାଏ ତେବେ ଏହା କୁ ଟାଙ୍ଗିବାଦ୍ୱାରା ବିବାହ ରେ ଉପୁଜୁଥିବା ସମସ୍ୟା ଦୂରୀଭୂତ ହେଇ ସମାଧାନ ହେଇଥାଏ I
କେମିତି ଟାଙ୍ଗିବେ ;କୌଣସି ବି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ବ୍ରାହ୍ମ ମୁହୁର୍ତରେ ସ୍ନାନ ଶୌଚ ସାରି ଗୋଟିଏ ଲେମ୍ବୁ ଏବଂ ସାତଟି କଞ୍ଚା ଲଙ୍କା ନିଅନ୍ତୁ I ପୂର୍ବ ଦିଗକୁ ମୁଂହ କରି ଏକ ସଫା ଆସନ ରେ ବସିବା ପରେ ,ଏକ ସୂତାରେ ସେହି ଲେମ୍ବୁ ଏବଂ ସାତଟି ଲଙ୍କା କୁ ଭଲଭାବରେ ଗୁନ୍ଥି ମାଳା ପ୍ରସ୍ତୁତ କରନ୍ତୁ Iଅତି କମରେ ତିନୋଟି ମାଳା ପ୍ରସ୍ତୁତ କରିବେ ଏବଂ ଏହି ମାଳାକୁ ଘର ର ମୁଖ୍ୟ ଦ୍ୱାର କିମ୍ବା ଝରକା ରେ ଟଙ୍ଗାଇ ଦେବେ I
ମାଳା ଟଙ୍ଗାଇବାର ଯେଉଁଦିନ ସାତ ଦିନ ହେବ ସେହିଦିନ ସନ୍ଧ୍ୟା ସମୟରେ ଏହାକୁ କୌଣସି ଏକ ନଦୀ କିମ୍ବା ଜଳ ରେ ବିସର୍ଜନ କରିଦେବେ ,ଏହା ସହିତ ଘର ର ସମସ୍ତ ନକାରାତ୍ମକ ଶକ୍ତି ,ଦୁଃଖ କଷ୍ଟ ଦୂର ହେଇଯିବ I କିନ୍ତୁ ମନେ ରଖିବେ ଏହି ସାତଦିନ କୌଣସି ନାରୀ କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ନରଖି ବ୍ରହ୍ମଚର୍ଯ୍ୟ ପାଳନ କରିବେ I