ରାଜ୍ୟରେ ଗତ ତିନି/ଚାରି ଦିନ ଧରି ତିତିଲି ର ଆଗମନ ରେ ସମସ୍ତ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆ ରେ ଏତେ ପରିମାଣରେ ଚହଳ ପଡିଛି ଯେ ଓଡିଶା ଠାରୁ 600 କିଲୋମିଟର ଦୂରରେ ଥିବା ତିତିଲି ର ପ୍ରତି ମୁହୁର୍ତରେ ଗତିବିଧି ବିଷୟରେ ଘନ ଘନ ଖବର ପ୍ରସାରଣ କରାଗଲା Iତିତିଲି ର ଏକ ଭୟଙ୍କର ରୂପ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଗଲା I ପୁଣିଥରେ ଅକ୍ଟୋବର ରେ ଘଟିଥିବା ମହାବାତ୍ୟା ,ଫାଇଲିନ ,ହୁଡହୁଡ ର କରାଳ ବିଭୀଷିକା କୁ ମନେପକାଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରାଗଲା I ଗଣମାଧ୍ୟମ ର 24*7 କେବଳ ତିତିଲି ର ଗତିବିଧି ସମ୍ପର୍କ ରେ ପ୍ରସାରଣ କରାଗଲା I
ସମସ୍ତ ସ୍କୁଲ ବିଦ୍ୟାଳୟ କୁ ମଧ୍ୟ ଛୁଟି ଘୋଷଣା କରାଗଲା I 11 ରେ ଓଡିଶା ଛୁଇଁବା ପରେ ଚାରିଦିନ ଅର୍ଥାତ 14 ତାରିଖ ଯାଏଁ ତିତିଲି ତାଣ୍ଡବ ରଚିବ ବୋଲି ଲୋକଙ୍କୁ ଭୟଭୀତ କରାଗଲା I ଶେଷରେ ଆଜି ଓଡିଶା ଛୁଇଁ ଫୁସୁକିଗଲା ତିତିଲି I ଆଉ କିଛି ହେଉ କି ନହେଉ ଅନ୍ତତ ପକ୍ଷରେ ବଜାର ରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର କୃତ୍ରିମ ଅଭାବୀ ସୃଷ୍ଟି କରି ଚାଲିଗଲା ତିତିଲି I ଆଳୁ କିଲୋ 50 କୁ ପିଆଜ ମିଳୁନି ,ପନିପରିବା ଆକାଶ ଛୁଆଁ ,ଏଥିପାଇଁ ଦାୟୀ କିଏ ?? କଥା ଉଠୁଛି ତିତିଲି କୁ ନେଇ ,ଯେତେବେଳେ ଘନୀଭୂତ ଲଘୁଚାପ ଏକ ଅବପାତ ର ରୂପ ନିଏ ଏବଂ ଯେଉଁ ପଥ ଦେଇ ଗତି କରେ ସେହି ଅଂଚଳରେ ଏହାର ପ୍ରଭାବ ପଡି଼ବାଟା ସ୍ୱାଭାବିକ କଥା I
ପବନ ର ବେଗ ବଢିବା ,ବର୍ଷା ହେବା ଏବଂ ସମୁଦ୍ର ଅଶାନ୍ତ ହେଇଥାଏ I ପ୍ରାଥମିକ ସ୍ତରରେ ଏଥିପ୍ରତି ସତର୍କ ରହି ଏହାର ନିରାକରଣ ନିହାତି ଆବଶ୍ୟକ ଏବଂ ଏହାର ସୂଚନା ଲୋକମାନଙ୍କୁ ଦେବା ଗଣମାଧ୍ୟମର କର୍ତବ୍ୟ କିନ୍ତୁ ତିତିଲି ଓଡିଶା ଛୁଇଁବା ପୂର୍ବରୁ ଯେଉଁଭଳି ଭାବରେ ଏହାର ଏକ କରାଳ ବିଭୀଷିକା ରୂପ ଦିଆଯାଇ ଘନ ଘନ ପ୍ରସାରଣ କରାଯାଇ ଲୋକଙ୍କୁ ଭୟଭୀତ କରାଗଲା ଚର୍ଚ୍ଚା ଚାଲିଛି ତିତିଲି ଯେତିକି ନଡରେଇଲା .ଅଧିକ ଭୟଭୀତ କରେଇଲା ଗଣମାଧ୍ୟମ I ଏନେଇ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଙ୍ଘ ର ଅଧ୍ୟକ୍ଷ ପ୍ରସନ୍ନ ମହାନ୍ତି ମଧ୍ୟ ନିଜ ମତାମତ ସୋସିଆଲ ମିଡିଆରେ ରଖିଛନ୍ତି କି ତିତିଲି ଗଣମାଧ୍ୟମ କୁ ବୋକା ବନେଇଦେଲା I ତିତିଲି ମହାକଭରେଜ ମହା ତମସା ରେ ପରିଣତ ହେଇଗଲା I
ତେବେ ଗତ କିଛିଦିନ ତଳେ ମଧ୍ୟ ଏକ ସାମୁଦ୍ରିକ ଝଡ଼ ଡାଏ ଆସିଥିଲା ଯାହାକୁ ନେଇ ସାଧାରଣ ଲୋକଙ୍କୁ ଏହିପରି ଭୟଭୀତ କରାଯାଇଥିଲା I ଏଥର ତିତିଲି ,ଯଦିଓ ପାଣିପାଗ ବିଭାଗର ବିଶେଷଜ୍ଞ ମାନେ ସୂଚନା ଦେଇଥିଲେ କି ଏହା ଓଡିଶା ଛୁଇଁବା ପରେ ଏହାର ପ୍ରଭାବ କଣ ରହୁଛି ଜଣାପଡିବ ତେବେ କିନ୍ତୁ ଏହାକୁ ଅଧିକ ବିଭ୍ରାନ୍ତିକର ଭାବରେ ପରିବେଷଣ କରାଯାଇ ଲୋକଙ୍କୁ ବିଗତ 3ଦିନ ଧରି ଭୟଭୀତ କରାଗଲା I ଯଦି ଏପରି ହୁଏ ଆଗାମୀ ଦିନରେ ଲୋକଙ୍କ ଭରଷା ତୁଟିଯିବନି ତ ଗଣମାଧ୍ୟମ ଉପରୁ ??ଅନ୍ୟବେଳେ ସତ ଘଟଣା ପ୍ରସାରଣ କରି ମିଛୁଆ ରାଧୁଆ ରେ ପରିଣତ ହେବନି ତ ?ଉପସ୍ଥାପନା: ଗୋପାଳ ଚନ୍ଦ୍ର