ଓଡିଶା ଏକ୍ସକ୍ଲୁସିଭ ବ୍ୟୁରୋ:- ସବୁ ପଂଚାୟତ ରେ ସବୁ ମାସରେ 15ତାରିଖ ରୁ 20ତାରିଖ ଯାଏଁ ପିଠା ଶିବିର I ଯେଉଁଥିରେ କି ଜନସାଧାରଣ ଙ୍କୁ ସେମାନଙ୍କର ଅଧିକାର ,ସରକାରୀ ଯୋଜନା ଗୁଡିକର ସୁବିଧା ବିଷୟରେ ସଚେତନ କରାଯିବା ସହିତ ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ I ପିଠା ଏମିତି ଏକ ଶବ୍ଧ ଯାହା ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦ I ବାରମାସରେ ତେରପର୍ବରେ ଆରିଷା ,କାକରା ମଣ୍ଡା ,ଚକୁଳି ,ଏଣ୍ଡୁରି ,ପୋଡ, ଗଇଁଠା ଏମିତି ଅନେକ ଓଡ଼ିଆ ହାଣ୍ଡିଶାଳ ରେ କରାଯାଇଥାଏ
I ତେବେ ଏହାକୁ ନେଇ ଏକ ଲୋକାଭିମୁଖୀ ଯୋଜନା କରାଯାଉଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ ସମସ୍ୟା ,ସଚେତନ ବଦଳରେ ଦେଖିବାକୁ ମିଳୁଛି ଓଡ଼ିଆ ହାଣ୍ଡିଶାଳ ର ପିଠା I ତାହା ପୁଣି ଆରିଷା କାକରା ମଣ୍ଡା ଚକୁଳି ନୁହେଁ ବିଜୁ ପକ୍କାଘର ପିଠା ,ଶଙ୍ଖ ପିଠା I
ଜଗତସିଂହପୁର ସାଦେଇପୁର ରେ ପିଠା ଉଦଘାଟନ ରେ ଏମିତି ନୂଆ ପିଠା ସବୁ ଦେଖିବାକୁ ମିଳିଛି I ତେବେ ଢେଙ୍କାନାଳ ର ଏକ ଭିଡିଓ ୟା ମଧ୍ୟରେ ଭାଇରଲ ହେବାରେ ଲାଗିଛି ପିଠା କୁ ନେଇକି I ପ୍ରାପ୍ତ ଖବର ଅନୁଯାଇ ଯେଉଁଥିରେ କି ବଳଦିଆ ବନ୍ଧ ପଞ୍ଚାୟତ, ସଦର ବ୍ଲକ୍ ରେ ‘ପିଠା କାର୍ଯ୍ୟକ୍ରମ ଉଦଘାଟନ ରେ ସ୍ଥାନୀୟ ମହିଳା ମାନଙ୍କୁ ଘରୁ ପିଠା କରି ଆଣିବାକୁ କୁଆଡେ ନେତା ମାନେ କହିଥିଲେ ଏନେଇ ମହିଳା ମାନେ ଅଭିଯୋଗ ମଧ୍ୟ କରିଛନ୍ତି I
ପିଠା ଆଣିଲେ ଘର, ଭତ୍ତା,ବିଜୁଳି ,ବିପିଏଲ୍ ଚାଉଳ ସବୁ ମିଳିବ I ମା ମାନେ ମଧ୍ୟ ରାତି ଅଧିଆ ଅନିଦ୍ରା ହେଇ ବିଭିର୍ଣ୍ଣ ପିଠା କରି ପହଞ୍ଚିଥିଲେ କିନ୍ତୁ ତାଙ୍କ ପିଠା କୁ ସବୁ ଉପସ୍ଥିତ ଥିବା ଲୋକେ ଖାଇଦେଲେ ବଦଳରେ କିଛି ବି ଦେଲେନି ଯାହାକୁ ନେଇ ସେମାନେ ରାଗି ପାଚି ନିଆଁ ହେଇଛନ୍ତି ଏହାର ଏକ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି I
ଅନ୍ୟପଟେ ଆଉ ଜଣେ ମହିଳା କହିଛନ୍ତି କି ଏ ପିଠା ବାବଦରେ ଆମେ କିଛି ବୁଝିପାରୁନୁ ,କି ଫାରସ ଚାଲିଛି ,ଆମେ ଭାବିଥିଲୁ ସବୁ ଜାଗାରୁ ସମସ୍ତେ ପିଠା କରି ଆଣିଥାନ୍ତେ ଆମେ ବସିକି ଭଲକି ଦେଖିଥାନ୍ତୁ ଯାହାର ସବୁଠୁ ଭଲ ହେଇଥାନ୍ତା ସେ ପୁରସ୍କାର ପାଇଥାନ୍ତା I
କିନ୍ତୁ ସେମିତି କିଛି କରୁନାହାନ୍ତି ଖାଲି ପିଠା କରିକି ଆଣିବ କହି ଆମ ପିଠା ସବୁ ଖାଇଦେଲେ I ତେବେ କଥା ଉଠୁଛି କିଏ ସେ ନେତା କାହିଁକି ଏପରି ଲୋକଙ୍କୁ ଭୁଆଁ ବୁଲାଇ ହଇରାଣ କରୁଛନ୍ତି ,ସଚେତନ ବଦଳରେ ଓଲଟା ପୁଣି ବୋକା ବନାଉଛନ୍ତି ,ଏହା କେବଳ ଗୋଟିଏ ଦୁଇଟି ଜାଗା କଥା ନୁହେଁ ସାରା ଓଡ଼ିଶାରେ ଏପରି ଚାଲିଛି I ଏ ପରିପ୍ରେକ୍ଷୀ ରେ ଲୋକେ ପିଠା କୁ ନେଇ ସଚେତନ ହେବେ ନା ପୂର୍ବଯୋଜନା ପରି ୟେ ବି ଏକ ଯୋଜନା ହେଈ ରହିଯିବ ତାହା ସମୟ କହିବ I ଢେଙ୍କାନାଳ ରୁ ଗୋପାଳ @ଓଡିଶା ଏକ୍ସକ୍ଲୁସିଭ