ଚମକାଇଦେଲେ କମଲନାଥ ମୁଖ୍ୟମନ୍ତ୍ରୀ ,ଶପଥ ନେଉ ନେଉ ସବୁ କୃଷି ଋଣ ଛାଡ଼ କରିଦେଲେ

ତିନୋଟି ରାଜ୍ୟରେ କଂଗ୍ରେସ ର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଥିଲେ ମଧ୍ୟ ମାସ୍ଟରକାର୍ଡ଼ ଖେଳି ସମସ୍ୟାକୁ ସମାଧାନ କରିଥିଲେ ରାହୁଲ I ମଧ୍ୟପ୍ରଦେଶରେ କଂଗ୍ରେସ ର କମଲନାଥ ମୁଖ୍ୟମନ୍ତ୍ରୀ ହେଇଥିଲେ Iକଂଗ୍ରେସ ର ମୁଖ୍ୟ ନିର୍ବାଚନୀ ଇସ୍ତାହାର ଥିଲା କୃଷି ଏବଂ ଚାଷୀ I ଲୋକମଧ୍ୟ କଂଗ୍ରେସ ଉପରେ ଭରଷା କରି ନିଜର ରାୟ ଶୁଣାଇଥିଲେ ଜନମତ ରେ I

ତେବେ କଂଗ୍ରେସ ବିଜୟ ରେ ମୁଖ୍ୟମନ୍ତ୍ରୀ ଭାବେ ଆଜି କମଲନାଥ ଶପଥ ନେଉ ନେବାର ମାତ୍ର କେଇ ଘଣ୍ଟା ପରେ ନିଜର ପ୍ରଥମ କଥା ରଖିଥିଲେ I ଏବଂ କୃଷିରୁଣ ଛାଡ଼ କରିଛନ୍ତି I ଯାହାକି ସାରା ଭାରତରେ ଚର୍ଚା ଜୋର ଧରିଛି I ପ୍ରାପ୍ତ ସୂଚନା ଅନୁଯାଇ ଯେଉଁ ଚାଷୀ ମାନେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଛାଡ କରାଯାଇଛି I

Leave a Reply

Your email address will not be published. Required fields are marked *