କେନ୍ଦ୍ର ସରକାର ଙ୍କ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ନୀତି କୁ ବିରୋଧ କରି ବିଜେଡି ତରଫରୁ ଦିଲ୍ଲୀ ରେ ବିଶାଳ ସମାବେଶ ଗତକାଲି ଆୟୋଜନ କରାଯାଇଥିଲା ଯଦିଓ ରାଜ୍ୟରେ ଚାଷୀ ମାନଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ I ତେବେ ଗସ୍ତ ସମୟର ବିଜେଡି ନେତ୍ରୀ ମାନଙ୍କର ଏକ ବିଦେଶୀ ଫଳ ସହିତ ସେଲ୍ଫି ଏବଂ ନେତାଙ୍କର ତାସ ଖେଳ ଫଟ ଭାଇରଲ ହେବାପରେ ଏହାକୁ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ବିଜେଡିର ପିକନିକ ବୋଲି କହିଥିଲେ I
କେନ୍ଦ୍ର ର ଚାଷୀ ମାରଣ ନୀତି ବିରୋଧରେ ଗତକାଲି ବିଜେଡି ନେତାମାନେ ଖୁବ ଯୋରରେ ସିଂହ ରଡି ଦେଇଥିଲେ I ଚାଷୀଙ୍କ ହାତ ଧରି ଅଧାବାଟରେ ଛାଡି ବିଜେଡି ରେ ମିଶିଥିବା ସାଂସଦ ସୌମ୍ୟ ବାବୁ ମଧ୍ୟ ସମାବେଶ ରେ ଉପସ୍ଥିତ ଥିଲେ I ତେବେ ସାଂସଦ ସୌମ୍ୟ ବାବୁ ଏବଂ କଂଗ୍ରେସ ଛାଡି ବିଜେଡି ରେ ମିଶିଥିବା ସୁଲୋଚନା ସମାବେଶ ରେ ଗଭୀର ନିଦ୍ରାରେ ସୋଇପଡିଥିବାର ଫଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I
ଯାହାକୁ ନେଇ କଟାକ୍ଷ କରିବାରେ ଲାଗିଛନ୍ତି ସୋସିଆଲ ମିଡିଆରେ I ଚାଷୀଙ୍କ ପ୍ରତି ଉଭୟଙ୍କ ଏତେ ଦରଦ ଯେ ସମାବେଶରେ ଚାଷୀଙ୍କ ପ୍ରସଙ୍ଗ ଆଲୋଚନା ହେଉଥିବା ବେଳେ ଉଭୟ ବସିଥିବା ସମୟରେ ଆଖି ବୁଜି ସୋଇପଡ଼ିଥିଲେ I ଏନେଇ ଉଭୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି I