ମା କୁ ସମ୍ମାନ ର ନାରା ଦେଉଥିବା ବିଜେଡି ରେ ମହିଳା କମିଶନ ସଦସ୍ୟା ଙ୍କୁ ନ୍ୟାୟ ମିଳିଲାନି ଶେଷରେ ବାଧ୍ୟ ହେଇ ଇସ୍ତଫା ଦେଇଛନ୍ତି ନିଜ ପଦବୀରୁ I ମହିଳାଙ୍କୁ ସମ୍ମାନ ର ଡିଣ୍ଡିମ ପିଟୁଥିବା ସରକାର ରେ ଶେଷରେ ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି ମହିଳା କମିଶନ ସଦସ୍ୟା I ସାଧାରଣ ମହିଳାଙ୍କ କଥା ଦୂରେ ଥାଉ ଖୋଦ କମିଶନ ସଦସ୍ୟା ଙ୍କୁ ଅସମ୍ମାନ ହେବାକୁ ପଡିଛି Iସୂଚନା ଥାଉ କି ମହିଳା କମିଶନ୍ ସଦସ୍ୟ ତିଳୋତ୍ତମା ଗତ ଫେବୃୟାରୀ ୨୫ ତାରିଖ ରେ ବିଜେଡି ର ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ବବି ଦାସ ତାଙ୍କୁ ଗାଳି ଗୁଲଜ କରିଥିଲେ ବୋଲି ତିଳୋତ୍ତମା ଅଭିଯୋଗ କରିଥିଲେ ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିବାରୁ ସାକ୍ଷାତ ହେଇପାରିନଥିଲା I
ୟା ମଧ୍ୟରେ ଏତେ ଦିନ ବିତିଯାଇଥିଲେ ସୁଦ୍ଧା ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନନେବାରୁ ଶେଷରେ ବାଧ୍ୟ ହେଇ ଇସ୍ତଫା ଦେଇଛନ୍ତି ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ I