କିଏ ପାଇବ ଉତ୍ତରରୁ ଟିକେଟ ରେସ ରେ ନୂଆ ମୁହଁ

2019 ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ପାର୍ଥିଙ୍କ ସଂଖ୍ୟା ବଢିବାରେ ଲାଗିଛି।ଆଉ ଏଥିରେ ସବୁଠାରୁ ଆଗରେ ରହିଛି ଶାସକ ବିଜେଡି ।ଦଳ ଏଥର କିଛି ଯୁବ ନୂଆ ମୁହଁଙ୍କୁ ମଇଦାନରେ

ଛିଡାକରେଇବା ଲକ୍ଷରେ ରହିଛି। ସବୁଠାରୁ ଚର୍ଚ୍ଚାରେ ରହିଛି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଏହି ଆସନରୁ ଦଳ କାହାକୁ ଟିକେଟ ଦବ ତାକୁ ନେଇ ଆରମ୍ଭ ହେଇଯାଇଛି କଳ୍ପନାଜଳ୍ପନା
ଶୁଣାଯାଉଛି ରେସ ରେ ରହିଛନ୍ତି ଯୁବନେତା ଚିନ୍ମୟ ସାହୁ।

ବର୍ତ୍ତମାନ ରହିଥିବା ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କାର୍ଯ୍ୟକଳାପକୁ ନେଇ ଦଳୀୟ କର୍ମୀ ଅସୋନ୍ତସ ଥିବାର ଖବର ସାମ୍ନାକୁ ଆସିଛି।ଯାହାକି ଶାସକ ଦଳକୁ ଅସୁବିଧାରେ ପକାଇପାରେ।ସେପଟେ ଚିନ୍ମୟ ବିଜେଡି ରେ ଯୋଗଦେବା ଠାରୁ ତାଙ୍କ ନଜର ଉତ୍ତର ଆସନ ଉପରେ ରହିଆସୁଛି।ବିଭିନ୍ନ କର୍ପୋରେଟରଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ଚିନ୍ମୟଙ୍କୁ ।

 

.ଚର୍ଚ୍ଚା ହେଉଛି ଜେ ତୃତୀୟ ମହଲାର ସବୁଜ ସଙ୍କେତ ମିଳିଛି ବୋଲି ।ଅପରପକ୍ଷେ ବିଜେଡି ର ଅନ୍ୟତମ ଆଶାୟୀ ସୁବାଷ ପାତ୍ରଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।ତେବେ ସମୟ କହିବ କାହାକୁ ମିଳୁଛି ଟିକେଟ ଲଡୁ।

Leave a Reply

Your email address will not be published. Required fields are marked *