ବ୍ୟାନ୍ ହେଲା ଟିକଟକ୍ !ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ହଟିଲା ଟିକଟକ୍ ଆପ୍ ।

ଯୁଆଡେ ଦେଖିବ ‘ଟିକଟକ’ ଭିଡିଓ I ଖୁବ ଅଳ୍ପ ସମୟ ମଧ୍ୟରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଟିକଟକ ପାଇଁ ଏବେ ସବୁଆଡୁ ସମସ୍ୟା ବଢ଼ିବାରେ ଲାଗିଛି I ଏହାଯୋଗୁଁ କମ ବୟସ୍କ ଯୁବକ ମାନେ ପଥଭ୍ରଷ୍ଟ ହେଉଛନ୍ତି I ଯିଏ ଯାହା ପାରିଲା ମନଇଛା ଭିଡିଓ ଛାଡିଲା I କମ ବୟସ୍କ ଯୁବକ ଯୁବତୀ ମାନେ ଅଶ୍ଳୀଳ ଭିଡିଓ ମଧ୍ୟ ଛାଡିବାକୁ ପଛାଉନାହାନ୍ତି I ଅଳ୍ପ ସମୟ ମଧ୍ୟରେ ଏହା ଭାଇରଲ ହେବାରେ ଲାଗୁଚି ,ତେଣୁ ଏହାକୁ ବନ୍ଦ କରିବାକୁ ନିକଟରେ ମାଡ୍ରାସ ହାଇକୋର୍ଟ ମଧ୍ୟ ନିର୍ଦେଶ ଦେଇଥିଲେ ତେବେ ଗତକାଲି ସରକାର ମଧ୍ୟ ଏଥିରେ ସହମତି ଦେଇଛନ୍ତି I

ଟିକଟକ ଭିଡିଓ ଆପକୁ ତୁରନ୍ତ ଗୁଗୁଲ ଏବଂ ଆପଲ ପ୍ଲେ ଷ୍ଟୋରରୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା I ଏନେଇ ଆସନ୍ତା ଏପ୍ରିଲ ୨୨ ତାରିଖରେ ଏକ ଶୁଣାଣି ହେବ Iତେବେ ନିର୍ଦେଶ ପରେ ଆଜି ଗୁଗୁଲ ପ୍ଲେ ଷ୍ଟୋର ରୁ ଟିକଟକ କୁ ହଟାଇ ଦିଆଯାଇଛି I

Leave a Reply

Your email address will not be published. Required fields are marked *