ହାତ ଗୋଡ ନଥିବା ଭିନ୍ନକ୍ଷମ କର୍ମଚାରୀଙ୍କୁ ଘର ଠାରୁ 50କିଲୋମିଟର ଦୁରକୁ ଇଲେକ୍ସନ ଡ୍ୟୁଟିରେ ପଠାଇଲା ପ୍ରସାଶନ

ଏବେ ଚାଲିଛି ନିର୍ବାଚନ ସମୟ I ନିର୍ବାଚନ କୁ ଶୃଙ୍ଖଳା ଏବଂ ସୁରୁଖୁର ରେ ସମାପନ କରିବା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥାଏ Iତେବେ ଭଦ୍ରକ ରେ ଦେଖିବାକୁ ମିଳିଛି ଏକ ଅଭିନବ ଦୃଶ୍ୟ

I ଜଣେ ଭିର୍ଣ୍ଣକ୍ଷମ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ମିଳିଛି ନିର୍ବାଚନ ଦାୟିତ୍ୱ ତାହା ପୁଣି ଘର ଠାରୁ 50କିଲୋମିଟର ଦୂରରେ I ସୂଚନା ଅନୁଯାଇ ଭଦ୍ରକ ମ୍ୟୁନିସିପାଲିଟିରେ କାମ କରୁଥିବା 52ବର୍ଷୀୟ ନାରାୟଣ ପ୍ରସାଦ ନାୟକ ଚାଲିବୁଲି ପାରନ୍ତି ନାହିଁ I

ଘର ଠାରୁ ଏତେ ଦୂରତାରେ ତାଙ୍କ ଡିଉଟି ପଡ଼ିଥିବାରୁ ସେ ତିନି ଚକିଆ ସାଇକେଲରେ ଜିଲ୍ଲାପାଳଙ୍କ ଅଫିସ କୁ ଆସି ଚଟାଣରେ ଘୁଷୁରି ଘୁଷୁରି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଘର ପାଖରେ ନିର୍ବାଚନ ଡ୍ୟୁଟି ପକାଇବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କ କଥା କେହି ନଶୁଣି ତାଙ୍କୁ ଗାଳି ଗୁଲଜ କରିଥିଲେ I

ଏନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ନାରାୟଣ କହିଛନ୍ତି କି ସରକାର ଙ୍କ କାମ କରୁଛି ନିର୍ବାଚନ ପାଇଁ ଡିଉଟି କରିବି କିନ୍ତୁ ଟିକେ ପାଖରେ ଦେଲେ ଭଲ ହୁଅନ୍ତା ,ଏତେ ବାଟ କିପରି ଯିବି ?ତେବେ କେହି ତାଙ୍କ କଥା ନଶୁଣିବା ତାଙ୍କୁ ଆହୁରି କଷ୍ଟ ଦେଇଛି I ଏନେଇ ଜିଲ୍ଲାପାଳ ଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ସବୁ ମହଲ ରୁ ତୀବ୍ର ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *